କଂଗ୍ରେସର ନିର୍ବାଚନ ପ୍ରସ୍ତୁତି: ସାଂଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ୨୦୧୯ରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ  ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳର ସାଂଗଠନିକ ସ୍ତରରେ କେତେକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଦଳର ମ୍ୟାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ରାଜୀବ ଗୌଡାଙ୍କୁ ମ୍ୟାନିଫେଷ୍ଟୋ କମିଟିର ଆବାହକ ନିଯୁକ୍ତ କରାଯାଇଛି । ପୂର୍ବତନ ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କୁ ସମନ୍ଵୟ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ପୂର୍ବତନ ମନ୍ତ୍ରୀ ଜୟରାମ ରମେଶଙ୍କୁ ଆବାହକ ନିଯୁକ୍ତ କରାଯାଇଛି ।

 

ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ପ୍ରଚାର କମିଟିର ଅଧ୍ୟକ୍ଷ ଓ ପବନ ଖେରା ଆବାହକ ନିଯୁକ୍ତ ହୋଇଛନ୍ତି । ଏସବୁ ସାଂଗଠନିକ ପରିବର୍ତ୍ତନ ଆଗକୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଯଥା ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର