ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ମହମ୍ମଦ ସାହାନଓ୍ଵାଜ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ନୂତନ ରାଜ୍ୟ କର୍ମକର୍ତା, ଜୋନାଲ ଅଧ୍ୟକ୍ଷ ଏବଂ ଜିଲ୍ଲା ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ଏହାକୁ ମଞ୍ଜୁରି ଦେଇଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଖୁର୍ସିଦ୍ ଅହମ୍ମଦ ସୟଦ୍।
କଂଗ୍ରେସ ସଂଖ୍ୟାଲଘୁ ଉପାଧ୍ୟକ୍ଷ ଭାବେ ମହମ୍ମଦ ଜିଆଊଲ ହକ୍, ମହମ୍ମଦ ଆରିଫ୍(ବାବୁ), ମହମ୍ମଦ ଅଲ୍ଲୀ ନିଯୁକ୍ତ ହୋଇଛନ୍ତି। ସେହିପରି ରାଜ୍ୟ ସଂଯୋଜକ ଭାବେ କମଲେସ ସାଗର, ଓସ୍କିଲ ଜିଲାନି, ମଲ୍ଲିକ କମିରୁଦ୍ଦିନ୍, ନେମତୁନ ନିସା, ଏସ୍ ନୌସେର ଅଲ୍ଲୀ, ଯଶଓ୍ଵନ୍ତ ଜୈନ, ଲଲିତ କୁମାର ଜୈନଙ୍କ ନାମ ଘୋଷଣା କରାଯାଇଛି। ଏହି ବିଭାଗର ରାଜ୍ୟ ଉପଦେଷ୍ଟା ଭାବେ ସେକ୍ ମତଲୁବ ଅଲ୍ଲୀ, ଡ. ଲିୟାକତ ଅଲ୍ଲି, ଡ. ଆର୍.କେ. ନାୟକ, ଡ. ହମିଦ୍ ହୁସେନ୍, ସେକ୍ ଅବଦୁଲ ବାରି, ମହମ୍ମଦ ମୋକିମ, ସନ୍ତୋଷ ସିଂ ସାଲୁଜା, ସର୍ଦ୍ଦାର ନରେନ୍ଦ୍ର ସିଂ, ଓ୍ଵଜିର ଅହମ୍ମଦ, ମୁକ୍ତାର ଖାନ, ଜମସେଦ୍ ଅଲ୍ଳୀ, ମହିନ୍ଦ୍ର ସିଂ କଲସି, ସୟଦ ଅବୁଦଲ ମସଜିଦ୍, ମହମ୍ମଦ ସାକିର ହୁସେନ୍ ରହିଛନ୍ତି। କମିଟିର ଜୋନାଲ ଅଧ୍ୟକ୍ଷ(ଦକ୍ଷିଣ) ଭାବେ ଅବଦୁଲ ସାଜିଦ୍ଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଜିଲ୍ଲା ଅଧ୍ୟକ୍ଷ ଭାବେ ଅନୁଗୁଳ-ଅବଦୁଲ କରିମ୍, ଭଦ୍ରକ-ସେକ୍ ସମଦାନି, ଭୁବନେଶ୍ୱର-ଜହୁର ଅଲ୍ଲୀ, ଯାଜପୁର- ଅବୁସାଇମା, କଳାହାଣ୍ଡି - ସରିଫ ଖାନ, କେନ୍ଦ୍ରାପଡ଼ା- ସୟଦ ଅବଦୁଲ ସତାର, କୋରାପୁଟ-ହସନ ମଦନି, ନୟାଗଡ଼-ଅମଜଦ୍ ଖାନ, ଖୋର୍ଦ୍ଧା-ସେକ୍ ତାହିରୁଦ୍ଦିନ୍, ଢ଼େଙ୍କାନାଳ-ବାବୁ ଖାନ, ଗଞ୍ଜାମ-ଇଲିଆସ ଅହମ୍ମଦ ଖାନଙ୍କୁ ନିଯୁକ୍ତି ଦିଆଯାଇଛି। ଅବଶିଷ୍ଟ ରାଜ୍ୟ କର୍ମକର୍ତା, ଜିଲ୍ଲା ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବା ସହିତ କର୍ମକର୍ତାଙ୍କର ଏକ କାର୍ଯ୍ୟକାରିଣୀ ବୈଠକ ଶୀଘ୍ର କଂଗ୍ରେସ ଭବନରେ ଅନୁଷ୍ଠିତ ହେବ ବୋଲି ସଂଖ୍ୟାଲଘୁ ଅଧ୍ୟକ୍ଷ ସାହାନଓ୍ଵାଜ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/cong-3.jpg)