୧୭ରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବିଭିନ୍ନ ଦଳର  ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଟିକେଟ ପାଇବା ପାଇଁ ଉତ୍କଣ୍ଠା ବଢ଼ି ଚାଲିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ତାଲିକା ଆସନ୍ତା ୧୭ ତାରିଖରେ ଆପାତତଃ ପ୍ରକାଶ ପାଇବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ବର୍ତ୍ତମାନ ଓଡ଼ିଶାର ଆପାତତଃ ୧୫ ଲୋକସଭା ଏବଂ ୧୦୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ମନୋନୟନ ଚୂଡାନ୍ତ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ୧୬ତାରିଖରେ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ବୈଠକ ବସିବ ବୋଲି ସେ ପ୍ରକାଶ କରିଛନ୍ତି।

ଏଥର ଅଧିକ ସଂଖ୍ୟାରେ ମହିଳା ପ୍ରାର୍ଥୀ ଦେବା ପାଇଁ ଦଳର ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ବୋଲି ପି.ସି.ସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେଥିପାଇଁ ବିଜୟ ସମ୍ଭାବନା ଥିବା ମହିଳା ପ୍ରାର୍ଥୀଙ୍କୁ ଖୋଜା ଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର