ଟିକେଟ ପାଇଁ ବଢୁଛି କଂଗ୍ରେସ ପ୍ରାର୍ଥୀଙ୍କ ଉତ୍କଣ୍ଠା

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣାକୁ ନେଇ ଉତ୍କଣ୍ଠା ବଢ଼ିଛି। ଜାତିୟ ରାଜଧାନୀ ନୂଆଦିଲ୍ଲୀରେ ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲେ ରିପୋର୍ଟ ଲେଖାଯିବା ଯାଏଁ ତାଲିକା ପ୍ରକାଶ ପାଇ ପାରି ନାହିଁ। ତେଣୁ ଆଶାୟୀ ପ୍ରାର୍ଥୀ ମାନଙ୍କର ଉତ୍କଣ୍ଠା ବଢ଼ିବା ସ୍ୱାଭାବିକ। କଂଗ୍ରେସ ସିଇସି ବୈଠକରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ୩ ଲୋକସଭା ଓ ୨୭ ବିଧାନସଭା ଆସନ ଲାଗି ଏଯାଏ ତାଲିକା ଚୂଡ଼ାନ୍ତ ହୋଇପାରିନାହିଁ।

ଆଗାମୀ ୧୮ ତାରିଖରେ ସାଧାରଣ ନିର୍ବାଚନ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଏଆଇସିସି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା।

ଆଜି ସନ୍ଧ୍ୟାରେ ସିଇସି ବୈଠକ ପୂର୍ବରୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନାଙ୍କ ସହ ଅନେକ ଆଶାୟୀ ମହିଳା ପ୍ରାର୍ଥୀ ଆଲୋଚନା କରିଛନ୍ତି। ପ୍ରଥମ ତାଲିକାରେ ଜଣେ ମହିଳାଙ୍କ ନାଁ ଘୋଷଣା ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମହିଳାଙ୍କୁ ଦଳ ସୁଯୋଗ ଦେବ ବୋଲି ଆଶା ରଖିଥିବା ସେ କହିଛନ୍ତି। ସେ ଭଦ୍ରକ ବିଧାନସଭା ପାଇଁ ଆଶାୟୀ ଥିବା କହିଛନ୍ତି। ସେହିପରି କଟକ ଲୋକସଭା ପାଇଁ ଆଶାୟୀ ଥିବା କହିଛନ୍ତି ମହିଳା ନେତ୍ରୀ ବିଜୟ ଲକ୍ଷ୍ମୀ। ୨୦୧୪ରେ ଅପରାଜିତାଙ୍କୁ ଆଣି ମୋ ଟିକେଟ କାଟି ଦିଆଯାଇଥିଲା।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ରୀୟ ନିର୍ବାଚନ କମିଟି ପୂର୍ବରୁ ପୁଣି ସ୍କ୍ରିନଂ କମିଟି ବୈଠକ କରିଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ସହ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ବାକି ପାର୍ଥି ତାଲିକା ଉପରେ ମଧ୍ୟ ଆଲୋଚନା କରାଯାଇଛି।

ବିଜେପିର ତାଲିକା ଉପରେ ଓଡିଶା କଂଗ୍ରେସ ନେତା ରୁଦ୍ର ରାଜୁ କହିଛନ୍ତି, ବିଜେପି ପାଖରେ ୧୪୭ ସିଟ ପାଇଁ ପ୍ରାର୍ଥୀ ନାହିଁ। ସେଥିଲାଗି ଅନ୍ୟ ଦଳର ଲୋକଙ୍କୁ ଆଣି ପ୍ରାର୍ଥୀ କରାଉଛି। ଏହା କେବଳ ଓଡ଼ିଶାରେ ନୁହେଁ। ଉତ୍ତରପ୍ରଦେଶ, ଆସାମ, ଆନ୍ଧ୍ର ପ୍ରଦେଶ ଭଳି ସବୁ ରାଜ୍ୟରେ ଅନ୍ୟ ଦଳର ପ୍ରାର୍ଥୀ ଆଣି ବିଜେପି ପ୍ରାର୍ଥୀ କରୁଛି।

କଂଗ୍ରେସର ସ୍କ୍ରିନିଂ ବୈଠକ ପରେ ଜିତେନ୍ଦ୍ରି ସିଂ ପ୍ରତିକ୍ରିୟାରେ କହିଛନ୍ତି ଆଜି ୧ମ ୨ୟ ପର୍ଯ୍ୟାୟର ବାକିଥିବା ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ। ସିଇସି ବୈଠକରେ ୩ୟ ପର୍ଯ୍ୟାୟ ନେଇ ନା ଚୁଡାନ୍ତ ତାଲିକା ଉପରେ ଆଲୋଚନା ହେବ। ମହିଳାଙ୍କ ଅସନ୍ତୁଷ୍ଟ ନେଇ ଜିତେନ୍ଦ୍ର କହିଲେ ୨ୟ ତାଲିକାରେ ମହିଳାଙ୍କୁ ଅଗ୍ରାଧୀକାର ମିଳିବା ସହ ଅନେକ ଆଶାୟୀଙ୍କ ନାମରେ ମୋହର ଲାଗିବ।

ରାହୁଲ ଗାନ୍ଧୀଙ୍କ ଡାକରାରେ ତଥାଗଚ ଶତପଥିଙ୍କ ପୁତୁରା ସୁପର୍ଣ୍ଣ ଶତପଥୀ ଦିଲ୍ଲୀ ପହଂଚିଛନ୍ତି। କଂଗ୍ରେସ ନେତାଙ୍କୁ ଭେଟିବା ପରେ ସୁପର୍ଣ୍ଣ କହିଛନ୍ତି, ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ମିଳିଲେ ନିଶ୍ଚିତ ଭାବରେ ଏହା କରିବି। ଯିଏ ଟିକେଟ ଦେବ ଲଢିବା ପାଇଁ ପ୍ରସ୍ତୁତ ରହିଛି। କୌଣସି ଦଳରୁ ପ୍ରାର୍ଥୀ ହେବା ନେଇ ଚିନ୍ତା କରି ନାହିଁ। ଟିକେଟ ନେଇ ରାହୁଲଙ୍କ ସହ କୌଣସି କଥା ହୋଇ ନାହିଁ। ଲୋକଙ୍କ ପାଇଁ କିପରି ଭଲ ହୋଇ ପାରିବ ସେ ନେଇ କେବଳ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର