ଆସନ୍ତାକାଲି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ନାରୀ ନିର୍ଯାତନା ଓ ନାବାଳିକା ଦୁଷ୍କର୍ମ ଘଟଣାକୁ ତୀବ୍ର ନନ୍ଦା କରି କଂଗ୍ରେସ ବୁଧବାର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଏଥି ପାଇଁ କଂଗ୍ରେସ କର୍ମୀମାନେ ସବୁ ଜିଲ୍ଲାର ସଦର ମହକୁମାରେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ଯାଏ ବିକ୍ଷୋଭ କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଙ୍ଗଳବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଛି। ସରକାର ଗୃହରେ ଭୁଲ ତଥ୍ୟ ଦେଉଛନ୍ତି। ସେ କହିଛନ୍ତି, ବିକ୍ଷୋଭ ପ୍ରଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ।

ପଞ୍ଚମ ଥର ସରକାର ଜିତିଲା ପରେ ବୋଧହୁଏ ଅହଂକାର ବଢ଼ିଯାଇଛି। ଯେତେବେଳେ ଅହଙ୍କାର ବଢ଼ିଯାଏ, ବିନାଶ ନିଶ୍ଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେଣୁ ସରକାରଙ୍କ ବିରୋଧରେ ବୁଧବାର ସବୁ ଜିଲ୍ଲାର ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ସମ୍ବନ୍ଧିତ ଖବର