ଭୁବନେଶ୍ବର: ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ପାଇଁ ‘ହାତ’ ତୟାର । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦେଶ କଂଗ୍ରେର ବ୍ଲକୱାରୀ ନିର୍ବାଚନ ପ୍ରଚାର ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି । ନିର୍ବାଚନରେ ବାଜି ମାରିବାକୁ ପ୍ରଦେଶ କଂଗ୍ରେସ କମିଟି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ ପାଇଁ ପ୍ରମୁଖ ନେତାମାନଙ୍କୁ ଦାୟିତ୍ୱ ଦେଇଛି । ରଘୁନାଥପୁର ବ୍ଲକ ପାଇଁ ଗୁରୁପଦ ନନ୍ଦ ଓ ମାନସ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିରିଡ଼ି ପାଇଁ ବନ୍ଦିତା ପରିଡ଼ା ଓ ଗଣେଶ୍ୱର ବେହେରାଙ୍କୁ ଏବଂ ତିର୍ତ୍ତୋଲ ବ୍ଲକ ପାଇଁ ଅମରନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତି ଓ ଅରିନ୍ଦମ ସର୍ଖେଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

Advertisment

ଅନ୍ୟପଟେ ଉପନିର୍ବାଚନରେ ଦଳୀୟ ପ୍ରଚାର ପାଇଁ କଂଗ୍ରେସ ପ୍ରଭାରୀ ଲ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କୁ ଦାୟିତ୍ବ ଦିଆଯାଇଛି ।

ଏହାସହ ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ରଞ୍ଜୀବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁର ରାଉତରାୟ, ତାରା ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍, ଗଣେଶ୍ୱର ବେହେରାଙ୍କ ସମେତ ୪୨ ଜଣ ନେତାଙ୍କୁ ଦଳୀୟ ନିର୍ବାଚନୀ ପ୍ରଚାର ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି ।