ନୂଆଦିଲ୍ଲୀ : ନୂଆକରି ଗଠନ ହୋଇଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି ଅନୁଷ୍ଟିତ ହେବ। ୨୦୧୯ ନିର୍ବାଚନ ପାଇଁ ଦଳର ରଣକୌଶଳ ପ୍ରସ୍ତୁତି ଓ ଦଳୀୟ ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ବୈଠକରେ ଆଲୋଚନା କରାଯିବ। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ସିଂହ ଓ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେବେ ବୋଲି ଜଣାପଡ଼ିଛି। ତ୍ରୁଣମୂଳ ସ୍ତରରେ ଦଳକୁ ମଜବୁତ କରିବା ଏବଂ ସମ୍ପ୍ରତିକ ରାଜନୈତିକ ବାତାବରଣରେ ଦଳର ପତିଆରାକୁ ସୁଦୃଢ କରିବା ପାଇଁ ମାନସମନ୍ଥନ କରାଯିବ। କମିଟିର ପ୍ରଥମ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ ହେବା ସହ ନିଷ୍ପତ୍ତି ମଧ୍ୟ ନିଆଯିବ ବୋଲି ଜଣାପଡ଼ିଛି। ଏହାପରେ ସନ୍ଧ୍ୟାରେ ସବୁରାଜ୍ୟର ପିସିସି ସଭାପତି ତଥା ଏଆଇସିସି ସାଧାରଣ ସମ୍ପାଦକଙ୍କର ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏହି ବୈଠକରେ ସିବ୍ଲ୍ୟୁସି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯିବା ସହ ସାଧାରଣ ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା ହେବ।
ଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଯୋଗଦେବେ ନିରଞ୍ଜନ, ଜିତେନ୍ଦ୍ର ଓ ରାମଚନ୍ଦ୍ର
/sambad/media/post_attachments/wp-content/uploads/2018/07/cong-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)