କଂଗ୍ରେସ ଆତଙ୍କବାଦୀକୁ ବିରିୟାନି ଖୁଆଉଛି; ଆମେ କଂଗ୍ରେସକୁ ଗୁଳି ଖୁଆଉଛୁ: ଯୋଗୀ

ଲକ୍ଷ୍ନୌ: ରାଜସ୍ଥାନରେ ଆସନ୍ତା ଡିସେମ୍ବର ୭ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କଂଗ୍ରେସ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି ‘କଂଗ୍ରେସ ବିଭାଜନ ରାଜନୀତି କରୁଛି। ଯାହାଫଳରେ ଦେଶରେ ଆତଙ୍କବାଦ ବଢ଼ିବାରେ ଲାଗିଛି। ଆପଣମାନେ ଆଜି ଦେଖିପାରୁଥିବେ ଯେ ଆତଙ୍କବାଦୀମାନଙ୍କୁ କଂଗ୍ରେସ ବିରିୟାନି ଖୁଆଉଛି। ସେହି କଂଗ୍ରେସକୁ ଆମେ ଏବେ ଗୁଳି ଖୁଆଉଛୁ।’

ଆତଙ୍କବାଦୀମାନଙ୍କ ପାଇଁ କଂଗ୍ରେସ ପରିବେଶ ଅନୁକୁଳ ବାତାବରଣ ସୃଷ୍ଟି କରୁଛି ବୋଲି ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ କହିନାହାନ୍ତି। ପୂର୍ବରୁ ବି ଅନେକ ଥର ସେ କଂଗ୍ରେସ ବିରୋଧରେ ଏପରି ଅଭିଯୋଗ ଆଣିସାରିଛନ୍ତି। ଅତୀତରୁ ଦେଶ ଯାହା ବି ଆତଙ୍କବାଦୀଙ୍କ ଦ୍ୱାରା ପ୍ରଭାବିତ ହୋଇଛି, କଂଗ୍ରେସ ତାହାର ଚେର ବୋଲି ଯୋଗୀ କହିଛନ୍ତି। ଏପରିକି ସେ ଗତ ସପ୍ତାହରେ ମଧ୍ୟପ୍ରଦେଶରେ ଏକ ରାଲି ସମୟରେ କହିଥିଲେ କି ‘ଦେଶରେ ପୃଥକବାଦ, ନକ୍ସଲବା, ଭ୍ରଷ୍ଟାଚାର ପରି ଦୁର୍ଦଶାର ମୂଳ କାରଣ ହେଉଛି କଂଗ୍ରେସ।’

ସମ୍ବନ୍ଧିତ ଖବର