ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ଉତ୍ତର ପୂର୍ବ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ପୂର୍ବତନ ଦିଲ୍ଲୀ କଂଗ୍ରେସ ୟୁନିଟ୍ର ମୁଖ୍ୟ ଅଜୟ ମାକେନଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କରାଇଛି ବୋଲି ସୋମବାର ଦିନ ପ୍ରକାଶିତ ଛଅଜଣିଆ ପ୍ରାର୍ଥୀ ତାଲିକାରୁ ଜଣାପଡ଼ିଛି।
ତାଲିକାଭୁକ୍ତ ହୋଇଥିବା ଅନ୍ୟ ପ୍ରାର୍ଥୀମାନେ ହେଲେ ଚାନ୍ଦିନୀ ଚୌକ୍ରୁ ଜେ ପି ଅଗ୍ରଓ୍ଵାଲ୍, ପୂର୍ବଦିଲ୍ଲୀରୁ ଅରବିନ୍ଦର ସିଂହ, ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ର ଏବଂ ସଂରକ୍ଷିତ ଆସନ ଉତ୍ତରପୂର୍ବ ଦିଲ୍ଲୀରୁ ରାଜେଶ ଲିଲୋତିଆ।
ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଆମ୍ ଆଦ୍ମୀ ପାର୍ଟି ସହ ମେଣ୍ଟ କରିବ ବୋଲି ମାସ ମାସ ଧରି ଚାଲୁଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। କେତେ ସପ୍ତାହ ଧରି ଦୁଇ ଦଳ ଭିତରେ କଥାବାର୍ତ୍ତା ଚାଲିଥିଲା, କିନ୍ତୁ ଦିଲ୍ଲୀ ବାହାରେ ମେଣ୍ଟ ପାଇଁ ଆପ୍ ଦାବି ଉଠାଇବାରୁ ଶେଷ ମୁହୂର୍ତ୍ତରେ ଆଲୋଚନା ବିଫଳ ହୋଇଥିଲା।
ଦକ୍ଷିଣ ଦିଲ୍ଲୀ ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ବାକି ଅଛି।