ପଟିଦାରମାନଙ୍କୁ କୋଟା ଦେବା ପାଇଁ କଂଗ୍ରେସ ରାଜି: ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିଣିଲେ ପଟିଦାରମାନଙ୍କୁ କୋଟା ଦେବା ପାଇଁ ଗୁଜୁରାଟ କଂଗ୍ରେସ ରାଜି ହୋଇଥିବା କଥା କହୁଛନ୍ତି ହାର୍ଦ୍ଦିକ ପଟେଲ। ମଙ୍ଗଳବାର ଦିନ ଅହମଦାବାଦ ଠାରେ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏକଥା ଘୋଷଣା କରିଛନ୍ତି।

କଂଗ୍ରେସ ତାଙ୍କ ସମସ୍ୟା ଗ୍ରହଣ କରିଛି। ପଟିଦାରମାନଙ୍କୁ ସଂରକ୍ଷଣ ଦେବା ପାଇଁ ସେମାନେ ରାଜି ହୋଇଥିବା କଥା କହିଛନ୍ତି ପଟେଲ୍‌।

ପଟିଦାର ଅମାନତ ଆନ୍ଦୋଳନ ସମିତି ନିର୍ବାଚନରେ ଲଢ଼ିବା ପାଇଁ ଟିକିଟ୍‌ ମାଗି ନାହିଁ। ସେ ନିଜେ ମଧ୍ୟ ଆସନ୍ତା ଅଢ଼େଇ ବର୍ଷ ପାଇଁ କୌଣସି ସ୍ଥାନରୁ ନିର୍ବାଚନ ଲଢ଼ିବେ ନାହିଁ କିଂବା କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି।

ଆସନ୍ତା ମାସରେ ବିଧାନସଭା ନିର୍ବାଚନ ଜିଣି କ୍ଷମତାକୁ ଆସିଲେ ପଟିଦାରମାନଙ୍କୁ କୋଟା ଦେବା ପାଇଁ କଂଗ୍ରେସ ଏକ ବିଲ୍‌ ଆଗତ କରିବ।
କଂଗ୍ରେସକୁ ଭୋଟ୍‌ ଦେବା ପାଇଁ ସେ ଖୋଲାଖୋଲି ଭାବେ ପଟିଦାରମାନଙ୍କୁ କହି ନାହାନ୍ତି। କିନ୍ତୁ, କଂଗ୍ରେସ ସେମାନଙ୍କ ଅଧିକାର ବିଷୟ ଗ୍ରହଣ କରୁଥିବାରୁ ଭୋଟ୍‌ ଦେବା ନ ଦେବା କଥା ଲୋକେ ବିଚାର କରବେ ବୋଲି ଦାର୍ଦ୍ଦିକ କହିଛନ୍ତି।

କିନ୍ତୁ, ପଟିଦାର ଅମାନତ ଆନ୍ଦୋଳନ ସମିତି ବିଜେପି ବିରୁଦ୍ଧରେ ଲଢ଼ିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର