ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଜାରି ରହିଥିବା ମଧ୍ୟରେ ଦିଲ୍ଲୀରେ କଂଗ୍ରେସ ଘରକଳି ପଦାରେ ପଡ଼ିଛି। ଦଳ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅରବିନ୍ଦର ସିଂ ଲଭଲି ଦିଲ୍ଲୀ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତଙ୍କ ସରକାରରେ ୧୨ ବର୍ଷ ମନ୍ତ୍ରୀ ଥିବା ରାଜକୁମାର ଚୌହାନ ଟିକେଟ ନ ପାଇବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କୁହାଯାଉଛି ଯେ ଅରବିନ୍ଦର ସିଂ ଲଭଲି ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ବିରୁଦ୍ଧରେ ଥିଲେ।
ରାଜ୍ୟ କଂଗ୍ରେସରୁ ଏହା ଜାଣିବାକୁ ମିଳିଛି ଯେ ଲଭଲି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ଅନେକ ଦିନ ଧରି ରାଜ୍ୟ କାର୍ଯ୍ୟାଳୟକୁ ଆସୁ ନ ଥିଲେ। ରାଜକୁମାର ଚୌହାନଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଟିକେଟ ନ ମିଳି ଥିବାରୁ ସେ ଅସନ୍ତୁଷ୍ଟ ଥିଲେ। ଲଭଲି କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖି ତାଙ୍କ ଇସ୍ତଫା ପଠାଇଛନ୍ତି। ଯେଉଁଥିରେ ସେ ନିଜର ଅସନ୍ତୋଷର କାରଣ ଉଲ୍ଲେଖ କରିଛନ୍ତି।
Arvinder Singh Lovely resigns from the position of Delhi Congress president.
— ANI (@ANI) April 28, 2024
"The Delhi Congress Unit was against an alliance with a Party which was formed on the sole basis of leveling false, fabricated and malafide corruption charges against the Congress Party. Despite that,… https://t.co/Y1A360fuutpic.twitter.com/hLP9RtnzUE
ଅରବିନ୍ଦର ସିଂ ଲଭଲି କହିଛନ୍ତି, ଦିଲ୍ଲୀ କଂଗ୍ରେସ ୟୁନିଟ୍ ମିଥ୍ୟା ଏବଂ ଦୁର୍ନୀତି ଅଭିଯୋଗର ଏକମାତ୍ର ଆଧାରରେ ଗଠିତ ହୋଇଥିବା ଦଳ ସହ ଏଏପି ସହ ମେଣ୍ଟ କରିବାର ସେ ବିରୋଧୀ ଅଟନ୍ତି। ଏହା ସତ୍ତ୍ୱେ ଦଳ ଦିଲ୍ଲୀରେ ଏଏପି ସହିତ ଏକ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା। ଲଭଲି କହିଛନ୍ତି ଦିଲ୍ଲୀରେ କଂଗ୍ରେସକୁ କେବଳ ତିନୋଟି ସିଟ୍ ଦିଆଯାଇଛି। ଏହି ତିନୋଟି ସିଟ୍ ମଧ୍ୟରୁ ଦୁଇଟି ବାହାର ଲୋକଙ୍କୁ ଦିଆଯାଇଥିବା ଯୋଗୁ ଲଭଲି ମଧ୍ୟ ଅସନ୍ତୁଷ୍ଟ ଥିଲେବୋଲି କୁହାଯାଉଛି।
ନିକଟରେ ରାଜକୁମାର ଚୌହାନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ପଛର କାରଣ ରାଜ୍ୟ ଦାୟିତ୍ୱରେ ଥିବା ଦୀପକ ବାବରିଆଙ୍କ ଆଚରଣକୁ ସେ ଉଲ୍ଲେଖ କରିଛନ୍ତି। ସେ ଉତ୍ତର ପଶ୍ଚିମ ଦିଲ୍ଲୀ ଅଞ୍ଚଳରୁ ଟିକେଟ ମାଗୁଥିଲେ। ତିନି ଦିନ ପୂର୍ବେ ଟିକେଟ୍ ନ ପାଇ ସେ ବୈଠକରେ ବିରୋଧ କରିଥିଲେ। ଏହି ସମୟ ମଧ୍ୟରେ ବାବରିଆଙ୍କ ସହ ମଧ୍ୟ ତାଙ୍କର ଝଗଡା ହୋଇଥିଲା। ଏ ସମ୍ପର୍କରେ ଦଳରେ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରାଯାଇଛି। ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଥିଲା। କିନ୍ତୁ ଅଭିଯୋଗର ସମାଧାନ ପୂର୍ବରୁ ସେ କଂଗ୍ରେସ ଛାଡିଥିଲେ।