୨୪ରେ କଂଗ୍ରେସ କୃଷକ ସେଲ୍‌ର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍‌ର ପରିବର୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ।

ପିସିସି କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ହେବାକୁ ଥିବା ଏହି ବୈଠକରେ ବୁଥ୍‌ ସ୍ତରରୁ ରାଜ୍ୟ କମିଟି ପର୍ଯ୍ୟନ୍ତ କିଷାନ କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରାଯିବ। ସେହିପରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରାଯିବ। ବିଶେଷ କରି ଧାନର ସହାୟକ ମୂଲ୍ୟ ବୃଦ୍ଧି, କୃଷି ଋଣ ଛାଡ଼, ଚଳିତ ଖରିଫ୍‌ରେ ବିହନ ସମସ୍ୟା, ଚାଷୀ ଆତ୍ମହତ୍ୟା, ଅଭାବୀ ବିକ୍ରି, ସାମ୍ପ୍ରତିକ ଗଜା ମରୁଡ଼ିର ପ୍ରତିକାର, ଫସଲ ବୀମା କ୍ଷତିପୂରଣ, ଚାଷୀ ସୁରକ୍ଷା ଭତ୍ତା, ଭାଗଚାଷୀ ସମସ୍ୟା, କୃଷି ନୀତିର ଆମୂଳଚୂଳ ପରିବର୍ତନ, ଜଳସେଚନ ଓ ମହାନଦୀ ପ୍ରସଙ୍ଗକୁ ନେଇ ଆଲୋଚନା ହେବ। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ନବକିଶୋର ଦାସ, ପ୍ରଦୀପ ମାଝୀ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଅଖିଳ ଭାରତ କଂଗ୍ରେସ କମିଟି ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ପ୍ରମୁଖ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର