ଶରତ ରାଉତ ଏଆଇସିସି ସଂପାଦକ ନିଯୁକ୍ତ

ନୂଆଦିଲ୍ଲୀ : ଓଡ଼ିଶାର କଂଗ୍ରେସ ନେତା ଶରତ ରାଉତଙ୍କୁ ଏଆଇସିସିର ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ମିଳିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆଜି ଏଆଇସିସିର ସଂପାଦକ ଭାବେ ଆଠ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଶରତ ରାଉତଙ୍କ ସମେତ ବି.ପି. ସିଂହ, ମହମ୍ମଦ ଜାେଓ୍ଵଦଙ୍କୁ ଏଆଇସିସିର ସଂପାଦକ ରୂପେ ପଶ୍ଚିମବଙ୍ଗର ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ଡ. ବିଶ୍ୱରଂଜନ ମହାନ୍ତିଙ୍କୁ ଏଆଇସିସିର ସଂପାଦକ ରୂପେ ଗୁଜୁରାଟର ଦାୟିତ୍ୱ ମିଳିଛି।

ସମ୍ବନ୍ଧିତ ଖବର