ଭୁବନେଶ୍ୱର : ଆଜି ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ କଂଗ୍ରେସ ଦଳ ପକ୍ଷରୁ ଉପବାସ ବ୍ରତ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ଉପବାସରେ ବ୍ରତ ପାଳନ କରିଥିଲେ। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ସାର୍ବଜନୀନ ସ୍ଥାନରେ ଦଳୀୟ କର୍ମକର୍ତ୍ତା, କର୍ମୀମାନେ ଏହି ବ୍ରତ ପାଳନ କରିଥିବା ଖବର ମିଳିଛି। ପିସିସିର ଅଭିଯୋଗ ଅନୁଯାୟୀ କେନ୍ଦ୍ର ବିଜେପି ସରକାର ଏବଂ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କ ଅବହେଳା ଯୋଗୁଁ ଗତ ଭାରତ ବନ୍ଦ ବେଳେ ଦେଶବ୍ୟାପୀ ବ୍ୟାପକ ହିଂସାକାଣ୍ଡ ଘଟିବା ସହିତ ଧନଜୀବନ ହାନି ହୋଇଥିଲା। ଏଣୁ, ଦେଶରେ ଶାନ୍ତି, ସଂହତି ବଜାୟ ରଖିବା ସହିତ ହିଂସାକାଣ୍ଡର ପ୍ରତିବାଦରେ ଏଭଳି ଉପବାସ ବ୍ରତ ପାଳନ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଗୁରୁପଦ ନନ୍ଦ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ସତ୍ୟଭୂଷଣ ସାହୁ, ସଂଗ୍ରାମ କେଶରୀ ଜେନା, ଶୁଭେନ୍ଦୁ ମହାନ୍ତି, ଡ. ଯୁଧିଷ୍ଠିର ଜେନା, ଡ. ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ବହୁସଂଖ୍ୟକ ନେତା, କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି କହିଲେ ଯେ କଂଗ୍ରେସର ନବକଳେବର ଶୀଘ୍ର ହେବ। ତେବେ ଏହାର ସ୍ୱରୂପ ନେଇ ସେ କିଛି କହିନଥିଲେ।
କଂଗ୍ରେସ ପାଳିଲା ଉପବାସ ବ୍ରତ
କଂଗ୍ରେସର ନବକଳେବର ଶୀଘ୍ର: ପ୍ରସାଦ
/sambad/media/post_attachments/wp-content/uploads/2018/04/cong-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)