ଭୁବନେଶ୍ବର : ଆଜି ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାପତି ସୁମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡ଼ିର ନାରୀନେତ୍ରୀ ରଞ୍ଜିତା ରାଉତ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦିକା ନିରୁପମା ଦାସ, ରାଜ୍ୟ ସମାଜ ମଙ୍ଗଳ ପରିଷଦର ପୂର୍ବତନ ସଦସ୍ୟା ମଞ୍ଜୁ ନାୟକ, ନାରୀନେତ୍ରୀ ମଧୁମିତା ରଥ ଏବଂ ସମାଜସେବୀ ସଂଗୀତା ମଲ୍ଲିକଙ୍କ ସମେତ ସେମାନଙ୍କର ସମର୍ଥକମାନେ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନାରୀନେତ୍ରୀମାନଙ୍କର ଯୋଗଦାନ ଫଳରେ ଦଳ ଆହୁରି ବେଶୀ ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହା ଛଡ଼ା ବିଭିନ୍ନ ରାଜନୈତିକ ଦଳରେ ନାରୀନେତ୍ରୀମାନଙ୍କର ବହୁ ଦକ୍ଷତାର ସୁବିନିଯୋଗ ହେଲା ପରି କଂଗ୍ରେସ ଦଳ ପକ୍ଷରୁ ସମ୍ମାନ ସହ ସେମାନଙ୍କୁ ପ୍ରମୁଖ ଭୂମିକା ଅବତୀର୍ଣ୍ଣ କରାଇବାରେ ସମସ୍ତ ପ୍ରକାର ସୁଯୋଗ ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ସେହିପରି ଶ୍ରୀମତୀ ଜେନା ନାରୀନେତ୍ରୀମାନଙ୍କର ଦକ୍ଷତାଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ଅଧିକ ଦୃଢ଼ କରିବାରେ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ. ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ମନୋଜ ରାଉତ, ସନ୍ତୋଷ ନନ୍ଦ, ଭାସ୍କର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିଳା କଂଗ୍ରେସର ବହୁ ନେତ୍ରୀ ଉପସ୍ଥିତ ଥିଲେ।
କଂଗ୍ରେସର ମିଶ୍ରଣପର୍ବ
ଅନ୍ୟ ଦଳର ନାରୀନେତ୍ରୀଙ୍କ କଂଗ୍ରେସରେ ଯୋଗଦାନକୁ ନିରଞ୍ଜନଙ୍କ ସ୍ବାଗତ
/sambad/media/post_attachments/wp-content/uploads/2018/11/cong-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)