ଭୋପାଳ: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆ ଦଳ ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ସିନ୍ଧିଆଙ୍କ ଜଣେ ବଡ଼ ସମର୍ଥକ ତଥା ପୋହାରିର କଂଗ୍ରେସ ବିଧାୟକ ସୁରେଶ ରଥଖେଡା ଖୁଲାସା କରିଛନ୍ତି।

Advertisment

ସେ କହିଛନ୍ତି ଯେ ତାଙ୍କୁ ଲାଗୁ ନାହିଁ ଯେ, ମହାରାଜ ସାହେବ (ଜ୍ୟୋତିରାଦିତ୍ୟ ସିନ୍ଧିଆ) କଂଗ୍ରେସ ଛାଡ଼ିବେ । ଯଦି ସେ ଦଳ ଛାଡ଼ନ୍ତି ,ତେବେ ସେ ଅନ୍ୟ ପାଟିରେ ସାମିଲ ହେବେ ନାହିଁ । ସେ ନିଜର ପାର୍ଟି ଗଢ଼ିପାରନ୍ତି । ମଧ୍ୟପ୍ରଦେଶରେ ତାଙ୍କର ଶକ୍ତି ଅଛି । ସେ ଯଦି ଦଳ ଗଢ଼ନ୍ତି, ସର୍ବପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନୂଆ ଦଳରେ ସେ ଯୋଗଦେବେ ବୋଲି ସ୍ପଷ୍ଟଭାବେ ମତ ରଖିଛନ୍ତି ବିଧାୟକ ସୁରେଶ ରଥଖେଡା । ସେ କହିଛନ୍ତି ଯେ ତାଙ୍କ ପାଇଁ ସିନ୍ଧିଆ ସାହେବ ଆଗ ପରେ ଦଳ।

Image result for Pohari MLA Suresh Rathkheda tv9bharatvarsh.com

ସୂଚନାଯୋଗ୍ୟ ଗତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରଖିଥିଲେ ହେଲେ ତାହା ସତ ହୋଇପାରିଲା ନାହିଁ । ଏଆଇସିସି ଅନୁମୋଦନ କ୍ରମେ ମଧ୍ୟପ୍ରଦେଶରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।ଏହାକୁନେଇ ସେ ଅସନ୍ତୋଷ ଜାହିର କରିଥିଲେ। ଏଣେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଝିରେ ମଝିରେ ଟୁଇଟ କରି କଂଗ୍ରେସ ଛାଡ଼ିବାର ବି ସଙ୍କେତ ଦେଇଛନ୍ତି।