ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। ବିରୋଧୀ ମନ୍ତବ୍ୟ ପାଇଁ ବିରୋଧ କରାଯାଇଥିବା ଏଆଇସିସି ନିଷ୍ପତ୍ତି କ୍ରମେ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି। ନବ ଦାସଙ୍କ ବହିଷ୍କାର ନେଇ ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି।

କଂଗ୍ରେସରୁ ଆଜି ପୂର୍ବାହ୍ନରେ ଇସ୍ତଫା ଦେବା ପରେ ନବ ଦାସ ଚର୍ଚ୍ଚାକୁ ଆସିଛନ୍ତି। ସୂଚନାଯୋଗ୍ୟ, ବିଧାୟକ ନବ ଦାସ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ନବ ଦାସ ପିସିସି କାର୍ଯ୍ୟକାରୀ ସଭାପତି ଓ  ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ଏହି ଇସ୍ତଫା ପରେ ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି କହିଛନ୍ତି ।  ନିଜ ଇସ୍ତଫା ପତ୍ରରେ ବିଧାୟକ ନବ ଦାସ  ବିଜେଡିରେ ଯୋଗ ଦେବା କଥା ଉଲ୍ଲେଖ କରିଛନ୍ତି। ଏଥିସହିତ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ସହ କୌଣସି ମତଭେଦ ନଥିବା ବି ସେ ସର୍ବସମ୍ମୁଖରେ ଜଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର