ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ନନ୍ଦନକାନନ ବଟାନିକାଲ ଗାର୍ଡେନ୍ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକା, ସେକ୍ ମତଲୁବ ଅଲ୍ଲୀ, ଶରତ ରାଉତ, ଗୁରୁପଦ ନନ୍ଦ, ସୁରେଶ ମହାପାତ୍ର, ଜାକବ ପ୍ରଧାନ, ଶିବେନ୍ଦ୍ର ହାତୀ, ସମୀର ରାଉତରାୟ, ସସ୍ମିତା ବେହେରା, ପ୍ରକାଶ ଜେନା, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ଦେବେନ୍ଦ୍ର ମହାନ୍ତି, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ବିଜୟ ଦ୍ୱିବେଦୀ, ତରୁଣକାନ୍ତି ମିଶ୍ର, ପ୍ରତାପ ରାଉତ, ପ୍ରତାପ ରାଉତରାୟ, ଶ୍ରୀନିବାସ ରାଉତରାୟ, ପ୍ରକାଶ ମିଶ୍ର, ଜୟଶ୍ରୀ ପଟ୍ଟନାୟକଙ୍କ ସମେତ ୪୦ଜଣ ସରପଞ୍ଚ, ସମିତି ସଭ୍ୟ, ଅନେକ ନେତା, ସମର୍ଥକ ଯୋଗ ଦେଇଥିଲେ। କଂଗ୍ରେସ ଦଳକୁ ସଂଗଠିତ କରି ବିଜେପୁର ଉପନିର୍ବାଚନ, ଏନ୍.ଏ.ସି., ମ୍ୟୁନିସିପାଲିଟି ନିର୍ବାଚନ-୨୦୧୮ ଏବଂ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ ଜିତାଇବା ପାଇଁ ଶପଥ ନିଆଯାଇଥିଲା।
କଂଗ୍ରେସ ଦଳର ବନ୍ଧୁ ମିଳନ, ଦଳକୁ ଜିତାଇବା ପାଇଁ ଶପଥ
/sambad/media/post_attachments/wp-content/uploads/2018/02/cong.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)