ଭୋପାଲ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ବଲିଉଡ୍ ଅଭିନେତ୍ରୀ କରୀନା କପୁରଙ୍କ ପରେ ଏବେ ଇନ୍ଦୋରରୁ କଂଗ୍ରେସ ପାଇଁ ବଲିଉଡର ଦବଙ୍ଗ ବୋଲାଉଥିବା ଅଭିନେତା ସଲମାନ୍ ଖାନ୍ ନିର୍ବାଚନକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି ।
ମଧ୍ୟପ୍ରଦେଶ ପ୍ରଦେଶ କଂଗ୍ରେସ କମିଟି ସଚିବ ରାକେଶ ଯାଦବ ବୟାନ ଦେଇଛନ୍ତି ଯେ ସଲମାନଙ୍କ ପ୍ରାର୍ଥୀତ୍ବ ନେଇ କଂଗ୍ରେସ ପାର୍ଟିରେ ଏବେ ମନ୍ଥନ ଚାଲିଛି। ଯେହେତୁ ସଲମାନଙ୍କ ଜନ୍ମ ମଧ୍ୟ ଇନ୍ଦୋରରେ ତେଣୁ ତାଙ୍କୁ ଇନ୍ଦୋରରୁ ପ୍ରାର୍ଥୀ କରିବାକୁ ଚିନ୍ତା କରାଯାଉଛି । ପିସିସି ସଚିବଙ୍କ କହିବାନୁସାରେ ସଲମାନ୍ ଖାନ୍ ଯଦି ନିର୍ବାଚନ ଲଢିବେ ତେବେ ଇନ୍ଦୋରର ଯୁବକମାନଙ୍କୁ ସିନେମା ଜଗତରେ କାମ କରିବା ପାଇଁ ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2019/01/jeqmOMfhfffsi-300x200.jpg)
ଏହା ପୂର୍ବରୁ ପଟୌଦି ବଂଶର ବୋହୂ କରୀନା କପୁର ଖାନ୍ ମଧ୍ୟ ଭୋପାଲରୁ ନିର୍ବାଚନ ଲଢିବା ପାଇଁ କଥା ଉଠିଥିଲା । କରୀନାଙ୍କୁ ଭୋପାଲ ଲୋକସଭା ଆସନରୁ କଂଗ୍ରେସ ପାଇଁ ଟିକେଟ୍ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶରେ ପାର୍ଟି ଏଭଳି କିଛି ସେଲିବ୍ରିଟି ନେତା ଚାହୁଁଛି ଏବଂ ଏଥିପାଇଁ କର୍ମକର୍ତ୍ତା ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଅବଗତ କରାଇ ସାରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/1239649944427.jpg)