କଂଗ୍ରେସ ସଭାପତି ନିର୍ବାଚନ : ରାହୁଲଙ୍କ ନାମାଙ୍କନପତ୍ର ଦାଖଲ ଡିସେମ୍ବର ୪ରେ!

ନୂଆଦିଲ୍ଲୀ : କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଡିସେମ୍ବର ୪ ତାରିଖରେ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିପାରନ୍ତି। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ଜାରି ହେବ। ରାହୁଲଙ୍କ ବ୍ୟତୀତ ଆଉ କେହି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିନଥିବାରୁ ରାହୁଲ ନିର୍ବାଚିତ ହେବାନେଇ କୌଣସି ସମସ୍ୟା ରହିବ ନାହିଁ। ସାଂଗଠନିକ ନିର୍ବାଚନ ପାଇଁ ଗଠନ କରାଯାଇଥିବା ରିଟର୍ଣ୍ଣିଂ ଅଫିସରମାନଙ୍କ ବୈଠକ ଆଜି ଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ପିସିସି ଏବଂ ଏଆଇସିସି ତାଲିକା ଉପରେ କଂଗ୍ରେସ ନିର୍ବାଚନ କର୍ତ୍ତୃପକ୍ଷ ଚୂଡ଼ାନ୍ତ ମୋହର ଲଗାଇବେ। ଯଦି କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ସ୍ଥିତି ଉପୁଜେ ତା’ହେଲେ ପ୍ରଦେଶ ରିଟର୍ଣ୍ଣିଂ ଅଫିସରମାନଙ୍କୁ ପିସିସି ଏବଂ ଏଆଇସିସି ପ୍ରତିନିମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରଦାନ କରାଯିବା।

ଆସନ୍ତା ମାସରେ କଂଗ୍ରେସର ନୂଆ ସଭାପତି ନିର୍ବାଚନ ପରେ ନୂତନ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ୨୪ ଆକବର ରୋଡ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ସୋନିଆ ଗାନ୍ଧୀ ସଭାପତି ପଦରୁ ଅବ୍ୟାହତି ନେବାପରେ ମଧ୍ୟ ଏଆଇସିସିରେ ତାଙ୍କର ପ୍ରକୋଷ୍ଠ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର