ୟେଦୁରପ୍ପା ଡାଏରି: ୧୮୦୦ କୋଟି ଟଙ୍କାର ଦୁର୍ନୀତିକୁ ନେଇ ବିଜେପିକୁ ପ୍ରଶ୍ନ କଲା କଂଗ୍ରେସ

ବେଙ୍ଗାଲୁର: କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ଭାରତୀୟ ଜନତା ପାର୍ଟି(ବିଜେପି)ର କେନ୍ଦ୍ରୀୟ ସମିତିକୁ ୧,୮୦୦ କୋଟି ଟଙ୍କା ପ୍ରଦାନ କରିବାରେ ସାମିଲ୍‌ ଥିଲେ ବୋଲି କଥା ଉଠିବା ପରେ କଂଗ୍ରେସ ଏବେ ଏହି ପ୍ରସଂଗକୁ ନେଇ ବିଜେପିକୁ ଟାର୍ଗେଟ କରିଛି।

କଂଗ୍ରେସ ପକ୍ଷରୁ ଦାବି ହୋଇଛି ଯେ ବିଜେପିର ଶୀର୍ଷ ସ୍ତରୀୟ ନେତାମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଏ ନେଇ ତତ୍କାଳୀନ ଶାସକ ଦଳ ବିଜେପିକୁ ପ୍ରଶ୍ନ କରିଛି କଂଗ୍ରେସ।

ପ୍ରକାଶ ପାଇଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିିଳିଥିଲା ଯେ ଅରୁଣ ଜେଟ୍‌ଲୀ, ନୀତିନ ଗଡକରି ଓ ରାଜନାଥ ସିଂହଙ୍କ ପରି ବିଜେପିର ଶୀର୍ଷ ସ୍ତରୀୟ ନେତାମାନଙ୍କୁ ୟେଦୁରପ୍ପା ୧,୮୦୦ କୋଟି ଟଙ୍କା ପ୍ରଦାନ କରିଥିଲେ। ହସ୍ତଗତ ହୋଇଥିବା ୟେଦୁରପ୍ପାଙ୍କ ଏକ ଡାଏରିରେ ଏହି ହିସାବ ମିଳିଛି ବୋଲି ଦାବି ହୋଇଥିଲା। ଗଣମାଧ୍ୟମର ଏହି ରିପୋର୍ଟକୁ ଭିତ୍ତିକରି କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ଏହି ଦୁର୍ନୀତିରେ କିଛି ଓକିଲ ଓ ବିଚାରପତି ମଧ୍ୟ ସାମିଲ୍‌ ଥିବା ଅଭିଯୋଗ ହୋଇଛି।

ଦିଲ୍ଲୀର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ସନ୍ଦିପ ସୁର୍ଯେଓ୍ଵାଲା ଏହି ରିପୋର୍ଟକୁ ନେଇ ବିଜେପିଠାରୁ ଉତ୍ତର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର