ଲୋକସଭା ନିର୍ବାଚନ: କଂଗ୍ରେସ ପକ୍ଷରୁ ଦ୍ୱିତୀୟ ତାଲିକା ଜାରି, ରାଜ ବବ୍ଦରଙ୍କୁ ମୁରାଦାବାଦରୁ ଟିକେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନା ପାଇଁ କଂଗ୍ରେସ ବୁଧବାର ୨୧ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଦେଇଛି। ଏହି ତାଲିକାରେ ୨୧ ଜଣ ପ୍ରାର୍ଥୀଙ୍କୁ ଉତ୍ତର ପ୍ରଦେଶ ଓ ୫ ଜଣ ପ୍ରାର୍ଥୀଙ୍କୁ ମହରାଷ୍ଟ୍ର ପାଇଁ ଟିକେଟ ମିଳିଛି। ପାର୍ଟି ଉତ୍ତର ପ୍ରଦେଶର ମୁରାଦାବାଦରୁ ରାଜ୍ୟ ସଭାପତି ରାଜ ବବ୍ଦରଙ୍କୁ ଛିଡ଼ା କରାଇବ। ସେହିପରି ସୁଲତାନପୁର ଆସନରୁ ସଂଜୟ ସିଂହ ଲଢ଼ିବେ। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀପ୍ରକାଶ ଜୟସ୍ୱାଲ କାନପୁରରୁ ନିର୍ବାଚନ ଲଢ଼ିବେ।

ସୂଚନାଯୋଗ୍ୟ, କଂଗ୍ରେସ ପକ୍ଷରୁ ଗତ ମାର୍ଚ୍ଚ ୭ରେ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ଦିଆଯାଇଛି। ଉତ୍ତର ପ୍ରଦେଶର ୧୧ଟି ଏବଂ ଗୁଜୁରାଟର ୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ଦିଆଯାଇଛି। ଉତ୍ତର ପ୍ରଦେଶର ଆମେଠିରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଢ଼ିବେ। ସେହିଭଳି ରାହୁଲଙ୍କ ମା’ ସୋନିଆ ଗାନ୍ଧୀ ରାଏବରେଲୀରୁ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ।

ଗୁଜୁରାଟର ଅହମଦାବାଦ୍‌ (ପଶ୍ଚିମ-ଅନୁସୂଚିତ ଜାତି) ଆସନରୁ ରାଜୁ ପରମାର, ଆନନ୍ଦରୁ ଭାରତ ସିଂହ ଏମ୍‌ ସୋଲାଙ୍କୀ, ଭଦୋଦରାରୁ ପ୍ରଶାନ୍ତ ପଟେଲ ଓ ଛୋଟ ଉଦୟପୁରରୁ ରଣଜିତ ମୋହନସିଂହ ରାଥଓ୍ଵା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସରୁ ଟିକେଟ ପାଇଛନ୍ତି।

ଉତ୍ତରପ୍ରଦେଶର ସାହାରାନପୁର ଲୋକସଭା ଆସନରୁ ଇମ୍ରାନ ମାସୁଦ, ବଦାଉନରୁ ସଲିମ ଇକବାଲ ଶେରବନୀ, ଧଉରାହରାରୁ ଯତୀନ ପ୍ରସାଦ, ଉନାଉରୁ ଅନୁ ଟଣ୍ଡନ, ଫରୁକାବାଦରୁ ସଲମାନ ଖୁସିଦ୍‌, ଆକବରପୁରରୁ ରାଜାରାମ ପାଲ, ଜଲାଉନ -(ଏସ୍‌)ରୁ ବ୍ରଜଲାଲ ଖାବରୀ, ଫଇଜାବାଦରୁ ନିର୍ମଲ ଖାତ୍ରୀ ଓ କୁଶୀନଗରରୁ ଆରପିଏନ ସିଂହ ନିର୍ବାଚନ ଲଢ଼ିବେ।

ସମ୍ବନ୍ଧିତ ଖବର