୧୫ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଜାରି: ଆମେଥିରୁ ଲଢ଼ିବେ ରାହୁଲ, ରାୟବରେଲୀରୁ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଗୁରୁବାର ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ଦିଆଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶର ୧୧ଟି ଏବଂ ଗୁଜୁରାଟର ୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ଦିଆଯାଇଛି। ଉତ୍ତର ପ୍ରଦେଶର ଆମେଥିରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଢ଼ିବେ। ସେହିଭଳି ରାହୁଲଙ୍କ ମା’ ସୋନିଆ ଗାନ୍ଧୀ ରାଏବରେଲୀରୁ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ।

ଗୁଜୁରାଟର ଅହମଦାବାଦ୍‌ (ପଶ୍ଚିମ-ଅନୁସୂଚିତ ଜାତି) ଆସନରୁ ରାଜୁ ପରମାର, ଆନନ୍ଦରୁ ଭାରତ ସିଂହ ଏମ୍‌ ସୋଲାଙ୍କୀ, ଭଦୋଦରାରୁ ପ୍ରଶାନ୍ତ ପଟେଲ ଓ ଛୋଟ ଉଦୟପୁରରୁ ରଣଜିତ ମୋହନସିଂହ ରାଥଓ୍ଵା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସରୁ ଟିକେଟ ପାଇଛନ୍ତି।

ଉତ୍ତରପ୍ରଦେଶର ସାହାରାନପୁର ଲୋକସଭା ଆସନରୁ ଇମ୍ରାନ ମାସୁଦ, ବଦାଉନରୁ ସଲିମ ଇକବାଲ ଶେରବନୀ, ଧଉରାହରାରୁ ଯତୀନ ପ୍ରସାଦ, ଉନାଉରୁ ଅନୁ ଟଣ୍ଡନ, ଫରୁକାବାଦରୁ ସଲମାନ ଖୁସିଦ୍‌, ଆକବରପୁରରୁ ରାଜାରାମ ପାଲ, ଜଲାଉନ -(ଏସ୍‌)ରୁ ବ୍ରଜଲାଲ ଖାବରୀ, ଫଇଜାବାଦରୁ ନିର୍ମଲ ଖାତ୍ରୀ ଓ କୁଶୀନଗରରୁ ଆରପିଏନ ସିଂହ ନିର୍ବାଚନ ଲଢ଼ିବେ।

ସମ୍ବନ୍ଧିତ ଖବର