କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ ଭିତରେ ଟଣାଓଟରା ଆରମ୍ଭ

ପାଟନା: ପାଞ୍ଚଟି ରାଜ୍ୟରେ ସରିଥିବା ବିଧାନସଭା ନିର୍ବାଚନର ଫଳାଫଳରେ କଂଗ୍ରେସ୍‌ ଗଦଗଦ ହୋଇଛି। ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏବେ ବିହାରରେ ଦେଖିବାକୁ ମିଳିଛି। ବିହାରରେ କଂଗ୍ରେସ ଓ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ କରିଥିଲେ। ସେଠାରେ ରାଜଦଙ୍କୁ କଂଗ୍ରେସ ଗତ ନିର୍ବାଚନ ସମୟରେ ବଡ଼ ଭାଇ ମାନି ଆସୁଥିଲା। ହେଲେ ଭିତରେ ଟଣାଓଟରା ଓ ବୟାନବାଜି ଆରମ୍ଭ ହୋଇଯାଇଛି।
ମଧ୍ୟପ୍ରଦେଶ,ଛତିଶଗଡ ଓ ରାଜସ୍ତାନରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ବିହାରରେ କଂଗ୍ରେସର ଆତ୍ମବଳ ବଢିଛି। ବୁଧବାର ଦିନ ରାଜଦର ମୁଖପାତ୍ର ଭାଇ ବୀରେନ୍ଦ୍ର କହିଛନ୍ତି ଯେ ବିହାରରେ କଂଗ୍ରେସ ଆଉ ଏଠାରେ ସତ୍ତା ନାହିଁ।

କିନ୍ତୁ କଂଗ୍ରେସର ମୁଖପାତ୍ର ଏକଥାାକୁ ଅସ୍ୱୀକାର କରିଛନ୍ତି। କଂଗ୍ରେସର ମୁଖପାତ୍ର କହିଛନ୍ତି ବିହାରରେ କଂଗ୍ରେସ କେମିତି ସାନଭାଇ ହୋଇପାରିବ? କୁହାଯାଉଛି ଯେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୧୪ରୁ ୧୬ଟି ଆସନ ଦାବି କରୁଛି,ହେଲେ ରାଜଦ ମାତ୍ର ୧୦ଟି ଆସନ ଦେବାକୁ ପ୍ରସ୍ତୁତ ଅଛି। ଏଭଳି ପରିସ୍ଥିତିରେ ଆଗକୁ ବିହାର ରାଜନୀତି କି ମୋଡ଼ ଦେଉଛି,ତାହା ଦେଖିବା କଥା।

ସମ୍ବନ୍ଧିତ ଖବର