ଆଜି କଂଗ୍ରେସର ସ୍କ୍ରିନିଂ କମିଟି, ପହିଲାରେ ପିଇସି ବୈଠକ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟରେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ପ୍ରକ୍ରିୟା ପୁଣିଥରେ ଆରମ୍ଭ ହୋଇଛି। ଆସନ୍ତାକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ଦାୟିତ୍ବରେ ଥିବ‌ା ସ୍କ୍ରିନିଂ କମିଟିର ୩ଜଣ କର୍ମକର୍ତା ଭୁବନେଶ୍ବର ଆସି ପହଞ୍ଚିବେ। ଫଳରେ ଆସନ୍ତାକାଲି ସ୍କ୍ରିନିଂ କମିଟି ବୈଠକ ଏବଂ ଆସନ୍ତା ଅକ୍ଟୋବର ୧ ତାରିଖରେ ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଆସନ୍ତାକାଲି ଓଡ଼ିଶା ସ୍କ୍ରିନିଂ କମିଟି ମୁଖ୍ୟ ଭି.ଡି. ସଥେଶାନ୍‌ ଓ ଦୁଇଜଣ ସଦସ୍ୟ ଜିତନ୍‌ ପ୍ରସାଦ ଓ ନୌସାଦ୍‌ ସୋଲାଙ୍କି ଆସି ଏଠାରେ ପହଞ୍ଚୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଏକାନ୍ତରେ ସାକ୍ଷାତ କରି ମତାମତ ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି। ପରଦିନ ଅର୍ଥାତ୍‌ ଅକ୍ଟୋବର ପହିଲାରେ ପିଇସି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ‌େହବ। ଶେଷରେ ସଭାପତି ରାହୁଲ ଗାନ୍ଧୀ ଏହି ତାଲିକାରେ ମୋହର ମାରି‌ବେ।

ସମ୍ବନ୍ଧିତ ଖବର