ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ ରାଜ୍ୟର ୨୯ଟି ଜିଲ୍ଲା ନିମନ୍ତେ ସେବାଦଳ ମୁଖ୍ୟ ସଂଗଠକ, ମହିଳା ସଂଗଠିକାଙ୍କ ନାମ ତାଲିକା ପ୍ରସ୍ତୁତ ହୋଇଛି। ଅନ୍ୟ ୫ଟି ଜିଲ୍ଲା ଯଥା: ବୌଦ୍ଧ, କଟକ, ଢେଙ୍କାନାଳ, ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ସେବାଦଳ ମୁଖ୍ୟ ସଂଗଠକ, ମହିଳା ସଂଗଠିକାଙ୍କୁ ନିଯୁକ୍ତି ଦିଆଯାଇନାହିଁ। ରାଜ୍ୟ ସେବାଦଳ ଅଧ୍ୟକ୍ଷ ତଥା ମୁଖ୍ୟ ସଂଗଠକ ବୀରେନ ମୋହନ ପଟ୍ଟନାୟକ ଏହି ତାଲିକାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତିି। ତାଙ୍କ ମଞ୍ଜୁରି ମିଳିବା ପରେ ସେ ଜିଲ୍ଲାଓ୍ଵାରୀ ମୁଖ୍ୟ ସଂଗଠକ, ମହିଳା ସଂଗଠିକାଙ୍କ ନାମ ଘୋଷଣା କରିଛନ୍ତି। ଆସନ୍ତା ୮ ତାରିଖରେ ଅଖିଳ ଭାରତ ସେବାଦଳ ମୁଖ୍ୟ ରାମ୍ଜୀ ଲାଲ୍ ଏଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରୀ ବୈଠକରେ ଯୋଗଦେବେ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।
୨୯ଟି ଜିଲ୍ଲାରେ କଂଗ୍ରେସ ସେବାଦଳର କମିଟି
/sambad/media/post_attachments/wp-content/uploads/2018/07/cong-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)