ପ୍ରତି ମାସ ଶେଷ ରବିବାର ଛକରେ ସେବାଦଳ ଉତ୍ତୋଳନ କରିବ ଜାତୀୟ ପତାକା

ଭୁବନେଶ୍ୱର : ପ୍ରତ୍ୟେକ ମାସ ଶେଷ ରବିବାର କଂଗ୍ରେସ ସେବାଦଳ ପକ୍ଷରୁ ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜାତୀୟ ପତାକା ଉତୋଳନ କରିବାକୁ ନିଖିଳ ଭାରତ କଂଗ୍ରେସ ସେବାଦଳ ନିଷ୍ପତ୍ତିି ଗ୍ରହଣ କରିଛିି। ତଦନୁଯାୟୀ ରବିବାର ପ୍ରଦେଶ କଂଗ୍ରେସ ସେବାଦଳ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସେବାଦଳର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସି.ଆର.ପି. ନିକଟ ଓ୍ଵାର୍ଡ ନଂ ୧୫ ଭି.ଆଇ.ପି. ଛକରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ପୂର୍ବାହ୍ନ ସାଢ଼େ ୯ଟା ସମୟରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ସେବାଦଳ କର୍ମୀମାନେ ସଂଗଠିତ ହୋଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଜିଲ୍ଲା ସେବାଦଳ ମୁଖ୍ୟ ସଂଗଠକ ମଣ୍ଟୁୁ ମଲ୍ଲିକ ଓ ଭୁବନେଶ୍ୱର ସେବାଦଳ ମୁଖ୍ୟ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର