ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିବେ କଂଗ୍ରେସ-ବାମଦଳ, ସୋନିଆଙ୍କ ସବୁଜସଂକେତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଆସନ୍ତା ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବାମଦଳସହ ମେଣ୍ଟ କରିବ । ଏ ସଂପର୍କିତ ପ୍ରସ୍ତାବକୁ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସବୁଜ ସଂକେତ ଦେଇଛନ୍ତି । ଆଜି ସୋନିଆ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୌମେନ ମିତ୍ରଙ୍କୁ ଭେଟି ଆଗାମୀ ନିର୍ବାଚନ ସଂପର୍କରେ ଆଲୋଚନା କରିଥିଲେ ।

ପଶ୍ଚିମବଙ୍ଗରେ ନିକଟ ଭବିଷ୍ୟତରେ ହେବାକୁ ଥିବା ଉପ-ନିର୍ବାଚନରେ ଦଳର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସୋନିଆ ଆଲୋଚନା କରିଥିଲେ । ଏହି ଉପ ନିର୍ବାଚନ ପାଇଁ କଂଗ୍ରେସ ବାମଦଳ ସହ ଆସନ ବୁଝାମଣା କରିଛି ବୋଲି ମିତ୍ର ସୋନିଆଙ୍କୁ ସୂଚୀତ କରିଥିଲେ । କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ଦଳର ସଭାପତି ପଦ ଖାଲିଥିବା ସମୟରେ ଏହି ଆସନ ବୁଝାମଣା ଚୂଡାନ୍ତ ହୋଇଥିଲା । ଏବେ ନୂଆ ସଭାପତି (ସୋନିଆ ଗାନ୍ଧି) ତାହାକୁ ମଂଜୁର କରିଛନ୍ତି ବୋଲି ମିତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର