ସେନାକୁ ସମର୍ଥନ କରିବା ନିଷ୍ପତ୍ତି ବିଷୟରେ ପରାମର୍ଶ ପାଇଁ ମହାରାଷ୍ଟ୍ର ନେତାଙ୍କ ସହ ଅପରାହ୍ଣ ୪ଟାରେ ବୈଠକ କରିବ କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟରେ ସରକାର ଗଠନ କରିବାକୁ ଶିବ ସେନାକୁ ସମର୍ଥନ ଦେବାର ସମ୍ଭାବନା ସଂକ୍ରାନ୍ତରେ ଆଲୋଚନା କରିବାକୁ ସୋମବାର ଦିନ କଂଗ୍ରେସ ମହାରାଷ୍ଟ୍ରରେ ଥିବା ତା’ର ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ଡକାଇଛି।

ସୋମବାର ସକାଳେ କଂଗ୍ରେସର ଶୀର୍ଷସ୍ତରୀୟ ନେତୃବୃନ୍ଦ ଦିଲ୍ଲୀରେ ବୈଠକ କରିଥିଲେ ଏବଂ ପୁଣି ଥରେ ସନ୍ଧ୍ୟା ବେଳେ ବୈଠକ ଡାକିଛନ୍ତି। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି: ଅପରାହ୍ଣ ୪ଟା ବେଳେ ଆମେ ପୁଣି ସଭା କରିବୁ। ପରାମର୍ଶ ପାଇଁ ମହାରାଷ୍ଟ୍ରର ସବୁ ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ଡକାଯାଇଛି।

ମୁମ୍ବାଇରେ ମଧ୍ୟ ଶରଦ ପାଓ୍ଵାରଙ୍କ ନେତୃତ୍ୱାଧୀନ ନ୍ୟାସ୍‌ନାଲିଷ୍ଟ୍‍ କଂଗ୍ରେସ ପାର୍ଟି ତା’ର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛି। ଏନ୍‌ସିପିର ବରିଷ୍ଠ ନେତା ନଓ୍ଵାବ ମଲିକ କହିଛନ୍ତି ଯେ ସେମାନେ ସନ୍ଧ୍ୟାରେ ହେବାକୁ ଥିବା କଂଗ୍ରେସର ବୈଠକ ଶେଷଯାଏଁ ଅପେକ୍ଷା କରିବେ।

ସମ୍ବନ୍ଧିତ ଖବର