ପ୍ରତି ପଞ୍ଚାୟତରେ କଂଗ୍ରେସ ନିଯୁକ୍ତ କରିବ ସୂଚନା ସେନା

ହେମନ୍ତ ପଣ୍ଡା ସୂଚନା ଅଧିକାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ସୂଚନା ଅଧିକାର ବିଭାଗ ଗଠନ କରାଯାଇଛି। ଏହାର ଅଧ୍ୟକ୍ଷ ଭାବେ ହେମନ୍ତ କୁମାର ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି।

ଆଜି କଂଗ୍ରେସ ଭବନରେ ଗଣମାଧ୍ୟମକୁ ସୂଚନା ଦେଇ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଲେ ଯେ ସୂଚନା ଅଧିକାର ଆଇନ ବଳରେ ଜନସାଧାରଣଙ୍କୁ ସଶକ୍ତୀକରଣ କରାଯାଇଛି। ଏହାକୁ ଆଧାର କରି ଆଗାମୀ ଦିନରେ କଂଗ୍ରେସର ସୂଚନା ଅଧିକାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତରେ ସୂଚନା ସେନା ଗଠନ କରାଯିବ। ସେନା ମାଧ୍ୟମରେ ସରକାରୀ ବ୍ୟବସ୍ଥାରେ ଲୋକଙ୍କ ପ୍ରତି ଅବହେଳା, ଦୁର୍ନୀତି, ଅନିୟମିତତା ଆଦି ତଥ୍ୟ କାଢ଼ି ଗଣମାଧ୍ୟମ ଜରିଆରେ ସେଗୁଡ଼ିକୁ ପର୍ଦାଫାସ କରି ସଂପୃକ୍ତ ଅଞ୍ଚଳକୁ ଦୁର୍ନୀତିମୁକ୍ତ କରିବାକୁ ଉଦ୍ୟମ କରାଯିବ। ସେ ନିଜେ ପ୍ରଥମେ ମହାନଦୀର ଜଳସ୍ତର ହ୍ରାସ ପାଉଥିବା ଏବଂ ଗତକାଲି ଶୀତଳାପଲ୍ଲୀରେ ଆଉ ଓ୍ଵାଗନ କାରଖାନା ହେବନାହିଁ ସଂପର୍କିତ ତଥ୍ୟ ସୂଚନା ଅଧିକାର ଆଇନ ଜରିଆରେ ସରକାରୀ ସୂତ୍ରରୁ ପାଇଥିବା କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ଦଳୀୟ ମୁଖପାତ୍ର ଲଲାଟେନ୍ଦୁ ମହାପାତ୍ର, ସୌଗତ ମହାନ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର