୯ରେ ବିମୁଦ୍ରାୟନର କଳାଦିବସ ପାଳନ କରିବ କଂଗ୍ରେସ

ଭୁବନେଶ୍ବର : ଆସନ୍ତା ୯ ତାରିଖରେ ମୋଦୀ ସରକାରଙ୍କ ବିମୁଦ୍ରାୟନର ଦୁଇବର୍ଷ ପୂର୍ତି ଦିବସକୁ କଳା ଦିବସ ଭାବେ ସମଗ୍ର ଦେଶରେ କଂଗ୍ରେସ ପାଳନ କରୁଛି। ଓଡ଼ିଶାରେ ମଧ୍ୟ ରାଜ୍ୟ କଂଗ୍ରେସ ଏହି ଦିବସକୁ କଳା ଦିବସ ଭାବେ ପାଳନ କରିବ।

ଏହି ଦିନ ପୂର୍ବାହ୍ନ ୧୧ଟା ସମୟରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସମ୍ମୁଖରେ ବିକ୍ଷେ‌ାଭ ପ୍ରଦର୍ଶନ କରାଯିବ। ଏଥିରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ଓ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ବରିଷ୍ଠ ନେତାମାନେ ଯୋଗଦେବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର