ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଗତକାଲି ନିଜେ ଦେଇଥିବା ଟିପ୍ପଣୀକୁ ବଦଳାଇ ଆଜି ନୂଆ ବୟାନ୍ ଦେଇଛନ୍ତି । ଗତକାଲି ସେ କହିଥିଲେ ଯେ କଂଗ୍ରେସର ଏକମାତ୍ର ଲକ୍ଷ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) ଯେପରି କେନ୍ଦ୍ରରେ ସରକାର ଗଠନ ନକରୁ ଓ ନରେନ୍ଦ୍ର ମୋଦି ଯେପରି ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ନହୁଅନ୍ତୁ। ଏହି ଲକ୍ଷ୍ୟ ହାସଲ ପାଇଁ ଯଦି କଂଗ୍ରେସ ସବୁ ପ୍ରକାରର ପ୍ରୟାସ କରିବ। ଏଥିରେ ଯଦି କଂଗ୍ରେସକୁ ପ୍ରଧାନମନ୍ତ୍ରୀ ପଦ ନମିଳେ ତେବେ ସୁଦ୍ଧା କଂଗ୍ରେସ ଏଥିପାଇଁ ପଶ୍ଚାତାପ କରିବ ନାହିଁ କିମ୍ବା ନିଜ ଲକ୍ଷ୍ୟ ଓ ପ୍ରୟାସରୁ ଓହରିଯିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ କଂଗ୍ରେସ ନେତା ଗୁଲାମନବୀ ଆଜାଦ।
Ghulam Nabi Azad, Congress: No, this is not true that Congress will not claim or Congress is not interested in Prime Minister post. Of course we are the biggest and oldest political party. If we have to run the govt for five years biggest political party should be given a chance. pic.twitter.com/g31TFMHtJc
— ANI (@ANI) May 17, 2019
କିନ୍ତୁ ଆଜି ଗୁଲାମନବୀ କହିଛନ୍ତି ଯେ ସବୁଠାରୁ ବଡ଼ ଦଳକୁ ହିଁ ପ୍ରଧାନମନ୍ତ୍ରୀ ପଦ ମିଳିବା ଉଚିତ। କଂଗ୍ରେସ ସବୁଠାରୁ ପୁରୁଣା ଦଳ। ଯଦି ୫ ବର୍ଷର ସ୍ଥିର ସରକାର ଦରକାର ତେବେ ସବୁ ଅଣ ଏନ ଡିଏ ଦଳ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ପଦଲାଗି ସୁଯୋଗ ଦେବା ଉଚିତ।