ଜୟନଗର ନିର୍ବାଚନରେ କଂଗ୍ରେସ ବିଜୟୀ, କର୍ଣ୍ଣାଟକରେ ଦଳର ବିଧାୟକ ସଂଖ୍ୟା ୮୦ ଛୁଇଁଲା

ବାଙ୍ଗାଲୁରୁ : ବାଙ୍ଗାଲୁରୁର ଜୟନଗର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୋମ୍ୟା ରେଡ୍ଡୀ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ  ବିଏନ ପ୍ରହଲ୍ଲାଦଙ୍କୁ ୨୮୦୦ ଭୋଟରେ ପରାସ୍ତ କରିଛନ୍ତି । ଏହି ବିଧାନସଭା ଆସନ ପାଇଁ ଗତ ୧୧ ତାରିଖରେ ଭୋଟଗ୍ରହଣ ହୋଇଥିଲା । ଏହା ଫଳରେ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୮୦ରେ ପହଞ୍ଚିଛି ।

ଗତ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ  କଂଗ୍ରେସ ୭୮ଟି ଆସନ ପାଇଥିଲା । କିନ୍ତୁ ରାଜ୍ୟର ରାଜରାଜେଶ୍ୱରୀ ବିଧାନସଭା ଆସନ ଓ ଜୟନଗର ଆସନରେ ନିର୍ବାଚନକୁ ଘୁଞ୍ଚାଇଦିଆଯାଇଥିଲା । ଏହି ବିଧାନସଭା ଆସନର ବିଜେପି ପ୍ରାର୍ଥି ତଥା ପୂର୍ବତନ ବିଧାୟକ  ବିଏନ ବିଜୟକୁମାରଙ୍କ ପରଲୋକ ପରେ ଏହି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା ।  ସେହିପରି ଗତ ୨୭ ତାରିଖରେ ହୋଇଥିବା  ରାଜରାଜେଶ୍ୱରୀ ବିଧାନସଭା ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହା ଫଳରେ ବିଧାନସଭାରେ କଂଗ୍ରେସର ବିଧାୟକ ସଂଖ୍ୟା ୮୦ ରେ ପହଞ୍ଚିଛି । ବିଧାନସଭାରେ ବିଜେପିର ୧୦୪ ଓ ଜେଡିଏସର ୩୮ ଜଣ ବିଧାୟକ ଅଛନ୍ତି ।

ସମ୍ବନ୍ଧିତ ଖବର