ନୂଆଦିଲ୍ଲୀ: ରାଜସ୍ଥାନରେ ହୋଇଥିବା ଲୋକସଭା ଓ ବିଧାନସଭା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା ଲାଗିଛି। ଏଠାରେ ୨ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ସିଟ୍‌ରେ ଆଗରେ ରହିଛି। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସୋମବାର ହୋଇଥିବା ଉପନିର୍ବାଚନ ସେମିଫାଇନାଲ ବୋଲି ରାଜନୀତି ବିଶେଷଜ୍ଞମାନେ କହିଛନ୍ତି। ଅଲଓ୍ଵର ଲୋକସଭା ସିଟ୍‌ରେ ୧ଲକ୍ଷ ୫୬ ହଜାର ଭୋଟରେ ଜିତିଛି।

Advertisment

publive-image

ରାଜସ୍ଥାନର ଆଜମେର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ମାଣ୍ଡଳଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ପଶ୍ଚିମବଙ୍ଗର ଉଲୁବେରିଆ ଲୋକସଭା ଓ ନଭାପଡ଼ା ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ହୋଇଥିଲା। ରାଜସ୍ଥାନରେ କ୍ଷମତା ପାଇଁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ଯୋରଦାର ନିର୍ବାଚନ ଲଢ଼ାଇ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ସିପିଏମ୍‌ ମଧ୍ୟରେ ଟକ୍କର ହୋଇଛି। ଅଲଓ୍ଵର ଲୋକସଭା ସିଟରେ ୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଆଜମେର ଲୋକସଭା ସିଟ୍‌ରେ ୬୪ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ମାଣ୍ଡଳଗଡ଼ ବିଧାନସଭା ସିଟ୍‌ରେ ୬୨ ପ୍ରତିଶତ ମତଦାନ ହୋଇଛି। ଉଲୁବେରିଆ ସିଟ୍‌ରେ ୭୬.୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ନଭାପଡ଼ା ଠାରେ ୭୫.୩ ପ୍ରତିଶତ ଭୋଟିଂ ହୋଇଥିଲା।

publive-image

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ

ପଶ୍ଚିମବଙ୍ଗର ନଭାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବିଜୟୀ ହୋଇଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ନିର୍ବାଚନରେ କଂଗ୍ରେସ ୪ର୍ଥ ସ୍ଥାନରେ ଥିବା ବେଳେ ବିଜେପି ପାଇଁ ସାମାନ୍ୟ ଖୁସି ଖବର ଆସିଛି। ଏଠାରେ ବିଜେପି ୨ୟ ସ୍ଥାନରେ ଥିବା ବେଳେ ସିପିଏମ ୩ୟ ସ୍ଥାନରେ ରହିଛି। ନଭାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇଥିବା ଉପନିର୍ବାଚନରେ ଟିଏମ୍‌ସିର ସୁନୀଲ ସିଂହ ୬୩ ହଜାର ୧୮ ଭୋଟରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ସନ୍ଦୀପ ବାନାର୍ଜୀଙ୍କୁ ୩୮ ହଜାର ୭୧୧ ଭୋଟ ମିଳି ଥିବା ବେଳେ ସିପିଏମ୍‌ର ଗାର୍ଗୀ ଚାଟାର୍ଜୀଙ୍କୁ ୩୫ ହଜାର ୪୯୭ ଭୋଟ ମିିଳିଛି।