କଂଗ୍ରେସରେ ମିଶ୍ରଣ ପର୍ବ

ଭୁବନେଶ୍ୱର : କଂଗ୍ରେସରେ ଏକ ମିଶ୍ରଣ ପର୍ବ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ବିଜେଡି ଓ ଆମ ଓଡ଼ିଶାର ବହୁ ନେତା କଂଗ୍ରେସରେ ଯୋଗ ଦେଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନେତାମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ କଂଗ୍ରେସକୁ ମଜବୁତ୍‌ କରିବ ବୋଲି ଆଶାପ୍ରକଟ କରିଥିଲେ। କଂଗ୍ରେସରେ ସାମିଲ୍‌ ହୋଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ଆମ ଓଡ଼ିଶାର ଓ୍ଵାଲିଦ ପଟେଲ୍‌, ବିଭୂତି ଭୂଷଣ ଜେନା, ବ୍ରଜ କିଶୋର ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ, ହବିବ ଖାନ୍‌, ମିନତି ଦାସ, ଲକ୍ଷ୍ମୀପ୍ରିୟା ହାତୀ, ଅନିତା ମହାରଣା, ସେକ୍‌ ନଇମ୍‌, ବିଜେଡିର ପୂର୍ବତନ କର୍ପୋରେଟର୍‌ ଭାରତୀ ଦାଶ, ଛାତ୍ର ବିଜେଡିର କଟକ ସମ୍ପାଦକ ରାହୁଲ କୁମାର ନାୟକ ଓ ଭୁବନେଶ୍ୱର ଟ୍ୟାକ୍ସବାର୍‌ ଆସୋସିଏସନ୍‌ ଉପସଭାପତି ତଥା ଆଇନଜୀବୀ ପ୍ରଶାନ୍ତ ଶତପଥୀ ପ୍ରମୁଖ। ଏହି ମିଶ୍ରଣ ପର୍ବରେ କଂଗ୍ରେସ ନେତା ବିଶ୍ୱଜିତ ଦାସ, ଗିରିବାଳା ବେହେରା, ନିକୁଞ୍ଜ ପଶାୟତ, ପଦ୍ମାକର ଗୁରୁ ଓ ଅଶୋକ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର