ସରକାରଙ୍କ ଠାରୁ ସଂଖ୍ୟାଲଘୁ ଓ ଆଦିବାସୀଙ୍କୁ କିଛି ଲାଭ ହେଉ ନାହିଁ: ରାହୁଲ ଗାନ୍ଧି

ହେମବର୍ଗ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜର୍ମାନୀ ପହଞ୍ଚିଛନ୍ତି। ସେ ସେଠାରେ ଆୟୋଜିତ ଏକ ସମାରୋହରେ ଭାରତୀୟ ଛାତ୍ର-ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି। ଜର୍ମାନୀର ହେମବର୍ଗସ୍ଥିତ ବୁସେରିୟସ  ସ୍କୁଲରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଡାଇ ଧରିବା ନେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବା ଅବସରରେ ପିଲାମାନେ ରାହୁଲଙ୍କୁ ପ୍ରଶ୍ନ ପଚାରିଛନ୍ତି। ଜବାବରେ ରାହୁଲ କହିଛନ୍ତି, କେବଳ ଭାରତରେ ନୁହେଁ, ପୂରା ବିଶ୍ୱରେ ମଧ୍ୟ ଏହି ଘଟଣାକୁ ନେଇ ଆଲୋଚନା ହୋଇଛି। ସେ କହିଛନ୍ତି ଭାରତୀୟ ଅର୍ଥ ଅହିଂସକ।

ରାହୁଲ କହିଛନ୍ତି, ରୋଜଗାର ଗ୍ୟାରେଣ୍ଟି ଯୋଜନା, ଭୋଜନ ଅଧିକାର, ସୂଚନା ଅଧିକାର, ବ୍ୟାଙ୍କଗୁଡ଼ିକୁ ରାଷ୍ଟ୍ରାୟତ୍ତକରଣ ଏସବୁ ବିଚାର ଥିଲା। ରାହୁଲ କହିଛନ୍ତି, ସରକାରଙ୍କ ଠାରୁ ସଂଖ୍ୟାଲଘୁ ଓ ଆଦିବାସୀଙ୍କୁ କିଛି ଲାଭ ହେଉ ନାହିଁ। ସରକାରଙ୍କ ଯୋଜନାରୁ କର୍ପୋରେଟ ସଂସ୍ଥାକୁ ଲାଭ ମିଳୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ମୋଦି ପ୍ରଥମେ ବିମୁଦ୍ରାକରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଦେଶର ଅଧିକାଂଶ ଲୋକଙ୍କୁ ରୋଜଗାର ମିଳୁ ନାହିଁ। ଛୋଟ ବ୍ୟବସାୟୀମାନେ ଗାଁକୁ ଫେରୁଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର