ନୂଆଦିଲ୍ଲୀ: ମିଥ୍ୟା ଦ୍ୱାରା ପରିଚାଳିତ ହୋଇ ସମ୍ବିଧାନକୁ ଆକ୍ରମଣ କରୁଥିବାରୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ବିଜେପିକୁ ଆକ୍ଷେପ କରି କହିଛନ୍ତି।
ଦଳର ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ପ୍ରଥମ କରି କଂଗ୍ରେସର ପ୍ରତିଷ୍ଠା ଦିବସରେ ରାହୁଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଥିବା ଫରକ କଥା ମଧ୍ୟ କହିଛନ୍ତି। କଂଗ୍ରେସ ହାରି ଯିବ ପଛକେ ବିଜେପି ପରି ମିଛ କହିବ ନାହିଁ। ମିଛ ଦ୍ୱାରା ରାଜନୈତିକ ଫାଇଦା ନେବା ଧାରାରେ ବିଜେପି ପରିଚାଳି ହେଉଛି।
Congress leaders, including Rahul Gandhi & GN Azad, protest in front of Gandhi status inside Parliament premises over Ananth Kumar Hegde's comments on the constitution. pic.twitter.com/8s2RemuZZU
— ANI (@ANI) December 28, 2017
Courtesy of ANI
କଂଗ୍ରେସ ଦଳର ୧୩୩ତମ ପ୍ରତିଷ୍ଠା ଦିବସରେ ସଦସ୍ୟମାନଙ୍କୁ ସମ୍ବୋଧନ କରି ଦଳର ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଦୋଷାରୋପ କରିଥିଲେ କି, ବିଜେପି କୌଶଳରେ ଦେଶର ସମ୍ବିଧାନକୁ ନଷ୍ଟ କରୁଛନ୍ତି। ସଂଶୋଧନ କରି ସମ୍ବିଧାନରୁ ‘ଧର୍ମ ନିରପେକ୍ଷ’ ଶବ୍ଦଟିକୁ ଉଠାଇ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡ଼େଙ୍କର ମନ୍ତବ୍ୟକୁ ଦର୍ଶାଇ ରାହୁଳ ଏ କଥା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି: ଆଜି ଆମ ଦେଶରେ ଠକାମି ଚାଲିଛି। ମିଥ୍ୟାକୁ ଆଧାର କରି ରାଜନୈତିକ ଫାଇଦା ନେଇ ହେବ ବୋଲି ବିଜେପିର ବଦ୍ଧମୂଳ ଧାରଣା ନେଇ କାମ କରୁଛି। ଏହାହିଁ ହେଉଛି ତାଙ୍କ ଓ ଆମ ମଧ୍ୟରେ ଫରକ। ଆମେ ଭଲ କରି ନ ପାରୁ, ଆମେ ହାରି ଯାଇ ପାରୁ କିନ୍ତୁ ଆମେ ସତ୍ୟ ପରିହାର କରିବୁ ନାହିଁ।