ବିଜେପୁର ଉପନିର୍ବାଚନ ପାଇଁ ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହାର ଟେଲିଫୋନ ନମ୍ବର ହେଉଛି ୦୬୭୪-୨୫୩୬୬୩୬। ବିଜେପୁର ନିର୍ବାଚନ ସଂପର୍କରେ ଜନସାଧାରଣ ବିଭିନ୍ନ ସୂଚନା ଏହି କକ୍ଷ ମାଧ୍ୟମରେ ପାଇପାରିବେ। ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ମନୋରଞ୍ଜନ ସ୍ୱାଇଁ ଅଛନ୍ତି।

ସମ୍ବନ୍ଧିତ ଖବର