ମୋଦି ବାଘ, ବିରୋଧୀ କାଉ,ମାଙ୍କଡ଼ ଆଉ ବିଲୁଆ: କେନ୍ଦ୍ରମନ୍ତ୍ରୀଙ୍କ ଏହିି ବୟାନ ବିବାଦୀୟ ହେଲା

ବେଙ୍ଗାଲୁରୁ: ସହଳ ନିର୍ବାଚନ ହେଉଥିବା ପରୀପ୍ରେକ୍ଷୀରେ ରାଜନୈତିକ ବୟାନବାଜି କ୍ରମଶଃ ଜୋର୍‌ ଧରିବା ଆରମ୍ଭ କରୁଛି। ନିକଟରେ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗ୍‌ଡେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଘ ସହ ତୁଳନା କରି ବିରୋଧୀଙ୍କୁ କାଉ,ମାଙ୍କଡ଼,ବଲୁଆ ବୋଲି କହିଛନ୍ତି। କର୍ଣ୍ଣାଟକର ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟ ଗଠନ କରିଥିବା ବେଳେ ଅନ୍ୟ ଅଣ-ବିଜେପି ଦଳ ସେମାନଙ୍କୁ ସମର୍ଥନ ଜଣାଇଥିଲେ। ଏହି ପରିସ୍ଥିତିକୁ ତାତ୍ସଲ୍ୟ କରି କେନ୍ଦ୍ରମନ୍ତ୍ରୀ ହେଗଡେ ଏକ ସାଧାରଣ ସଭାରେ ଭାଷଣ ଦେବା ପ୍ରସଙ୍ଗରେ କହିଥିଲେ,‘ଗୋଟିଏ ପଟେ କାଉ,ମାଙ୍କଡ଼ ଓ ବିଲୁଆମାନେ ଅଛନ୍ତି,ଅନ୍ୟପଟେ ବାଘ ଅଛି। ୨୦୧୯ରେ ଆମକୁ ବାଘକୁ ନିର୍ବାଚିତ କରିବାକୁ ହେବ।’ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରାପ୍ପା ମୋଇଲି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ‘‘ବାଘ ଜଙ୍ଗଲୀ ହୋଇ ଯାଇଛି, ତାକୁ ଜଙ୍ଗଲକୁ ପଠାଇବା ଦରକାର।’’

ଏହା ପ୍ରଥମ ଥର ନୁହେଁ, ଆଗରୁ ମଧ୍ୟ ଏକାଧିକବାର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର। ଗତ ଡିସେମ୍ବର ମାସରେ ସେ ଏକ ସଭାରେ କହିଥିଲେ ,‘ମୁଁ ସମ୍ବିଧାନକୁ ସମ୍ମାନ ଦିଏ। କିନ୍ତୁ ଆଗାମୀ ଦିନରେ ସମ୍ବିଧାନକୁ ସଂପୂର୍ଣ୍ଣ ବଦଳାଇ ଦିଆଯିବ।’ ଏହାପରେ ବିରୋଧୀ ତାଙ୍କୁ ସମାଲୋଚନା କରି କହିଥିଲେ,‘ଯେଉଁ ବ୍ୟକ୍ତିର ସମ୍ବିଧାନ ପ୍ରତି ସମ୍ମାନ ନାହିଁ,ସେ ମନ୍ତ୍ରୀ ପରିଷଦରେ ରହିବା ଉଚିତ ନୁହେଁ।’

ସମ୍ବନ୍ଧିତ ଖବର