ନୂଆଦିଲ୍ଲୀ : ଲୋକପ୍ରିୟ ଭାରତୀୟ କ୍ରିକେଟ୍‌ ତାରକା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଜାମନଗରକୁ ଆସିବା ପୂର୍ବରୁ ରିଭାବା ବିଜେପିରେ ସାମିଲ ହୋଇଛନ୍ତି । ସେ ଗୁଜୁରାଟର କୃଷି ମନ୍ତ୍ରୀ ଆସି ଫାଲଦୁ ଓ ସାଂସଦ ପୁନମ୍‌ ମହାଜନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ରିଭାବା ଗୁଜୁରାଟ ମହିଳା କରଣୀ ସେନାର ଅଧ୍ୟକ୍ଷା ଥିଲେ ।

Advertisment

publive-image

ରବୀନ୍ଦ୍ର ଜାଡେଜାଙ୍କ ଘର ଗୁଜୁରାଟର ଜାମନଗରରେ । ସେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଉଥିବା ଦିନିକିଆ କ୍ରିକେଟ୍‌ ଭାରତୀୟ ଟିମ୍‌ରେ ସାମିଲ ଅଛନ୍ତି । ରିଭାବା ଓ ରବୀନ୍ଦ୍ରଙ୍କର ବାହାଘର ୨୦୧୬ରେ ହୋଇଥିଲା । ଗତ ବର୍ଷ ମଇ ମାସରେ ରିଭାବା ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ଜଣେ କନେଷ୍ଟବଳଙ୍କ ସହିତ ତାଙ୍କର ବିବାଦ ହୋଇଥିଲା । ପୁଲିସ ଏହି ମାମଲାରେ କନେଷ୍ଟବଳ ସଜାୟ ଅହୀରଙ୍କୁ ଗିରଫ କରିଥିଲା । ବିଜେପିରେ ଯୋଗ ଦେବାପରେ ଗୁଜୁରାଟର ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି ଯେ, ରିଭାବାଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ।