ଖୋର୍ଦ୍ଧା ମଙ୍ଗୁଳି ଜେନା ହତ୍ୟା ଘଟଣା ତଦନ୍ତ କରିବ କ୍ରାଇମବ୍ରାଞ୍ଚ : ଭାରପ୍ରାପ୍ତ ଡିଜି

କଟକ: ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ ସୂଚନା ଦେଲେ ଇନଚାର୍ଜ ଡ଼ିଜିପି ବି.କେ.ଶର୍ମା । ତେବେ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ତତ୍ୱାବଧାନରେ ହେବ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । କ୍ରାଇମବ୍ରାଂଚ ଡିଏସପି ପ୍ରମୋଦ ରଥ ଘଟଣାର ତଦନ୍ତ କରିବେ । କ୍ରାଇମବ୍ରାଂଚର ଏକ ଟିମ୍ ଏବେ ଖୋର୍ଦ୍ଧାରେ ପହଞ୍ଚିଥିବା ଇନଚାର୍ଜ  ଡିଜିପି ବି.କେ.ଶର୍ମା କହିଛନ୍ତି ।

ସେହିପରି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଘଟଣାର ତଦନ୍ତରେ ଅରୁଣ ବୋଥ୍ରାଙ୍କୁ ସହଯୋଗ କରିବେ ବୋଲି ବି.କେ.ଶର୍ମା କହିଛନ୍ତି । ତେବେ ଗତ ୧୪ ତାରିଖ ରାତିରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ଓ ଦଳୀୟ କର୍ମୀଙ୍କ ସହ ଆଲୋଚନା କରୁଥିବା ବେଳେ ଖୋର୍ଦ୍ଧା ୯ ନମ୍ବର ଜୋନର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦୁଇ ଜଣ ଅପରାଧୀ ବାଇକରେ ଆସି ତାଙ୍କୁ ହତ୍ୟା କରିଥିଲେ । ଦୁଇଟି ଗୁଳି ତାଙ୍କ ବାମପଟେ ଛାତିରେ ବାଜିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ମଙ୍ଗୁଳି ଜେନା ।

ସମ୍ବନ୍ଧିତ ଖବର