ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଏଥିରେ ସଂଖ୍ୟା ଦୃଷ୍ଟିରୁ ୮ଟି ଆସନରେ ନିଶ୍ଚିତ ଜିଣିବା ଜାଣିି ମଧ୍ୟ ଶାସନ ବିଜେପି ପକ୍ଷରୁ ଏଠାରେ ୯ମ ପ୍ରାର୍ଥୀ ଦିଆଯାଇଛି। ତେଣୁ ଉତ୍ତରପ୍ରଦେଶ ରାଜନୀତିରେ କ୍ରସ୍‌ ଭୋଟିଂ ଯେ ହେବାକୁ ଯାଉଛିଏଏହା ଆଗରୁ ଚର୍ଚ୍ଚା ହେଉଥିଲା। ତେବେ ଆଜି ଭୋଟ୍‌ ଗ୍ରହଣ ଚାଲି ଥିବା ବେଳେ କ୍ରସ ଭୋଟିଂ ନେଇ ଚର୍ଚ୍ଚା ଉତ୍ତରପ୍ରଦେଶ ରାଜନୀତିକୁ ରୋଚକ ମୋଡ଼ରେ ପହଞ୍ଚାଇଛି। ରାଜ୍ୟ ସଭା ପାଇଁ ଭୋଟ୍‌ ଦେଇ ସାରିବା ପରେ ପୁଲିସ ବୁଥ ବାହାରେ ବହୁଜନ ସମାଜ ପାର୍ଟିର ବିଧାୟକ ଅନୀଲ ସିଂହ ସ୍ପଷ୍ଟ ଭାବେ ସେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି ବୋଲି କହିବା ପରେ କ୍ରସ ଭୋଟିଂ ନେଇ ଯେଉଁ ସନ୍ଦେହ ଥିଲା, ତାହା ଦୂର ହୋଇଛି। ଫଳରେ ରାଜ୍ୟସଭାର ଗୋଟିଏ ଆସନ ପାଇଁ ବହୁଜନ ସମାଜ ପାର୍ଟି ଯେଉଁ ସ୍ୱପ୍ନ ଦେଖିଥିଲା, ତାକୁ ଝଟକା ଲାଗିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


ସୂଚନାଯୋଗ୍ୟ ଯେ ୪୦୩ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ବିଜେପି ନେତତ୍ୱାଧୀନ ଏନଡିଏର ୩୨୪ ବିଧାୟକ ଅଛନ୍ତି ।ଫଳରେ ଏନଡିଏର ୮ ଜଣ ପ୍ରାର୍ଥୀ ନିଶ୍ଚିତ ଜିଣିବା ପରେ ଏନଡିଏ ପାଖରେ ଆହୁରି ୨୮ଟି ଭୋଟ୍‌ ବଳକା ରହୁଛି। ତେଣୁ ବିଜେପି ମଇଦାନରେ ତାର ନବମ ପ୍ରାର୍ଥୀଙ୍କୁ ଓହ୍ଲାଇଛି। ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ୩୭ ଜଣ ବିଧାୟକଙ୍କ ଭୋଟ୍‌ ଜରୁରି ଥିବା ବେଳେ ନବମ ପ୍ରାର୍ଥୀଙ୍କ ପାଇଁ ବିଜେପିକୁ ଆଉ ୯ ଜଣ ବିଧାୟକଙ୍କ ଭୋଟ୍‌ ଦରକାର। ତେବେ ନରେଶ ଅଗ୍ରଓ୍ଵାଲ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ସାମିଲ ହୋଇଥିବାରୁ ତାଙ୍କ ବିଧାୟକ ପୁଅ ଅନୀଲ ଅଗ୍ରଓ୍ଵାଲ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପ୍ରାୟତଃ ସମ୍ଭବ ବୋଲି କୁହାଯାଉଛି। ଏ ପରିପ୍ରେକ୍ଷୀରେ ସମାଜପାର୍ଟିର ପ୍ରାର୍ଥୀ ଜୟା ବଚ୍ଚନଙ୍କୁ ୩୭ଟି ଭୋଟ୍‌ ଦେବା ପରେ ସମାଜବାଦୀ ପାର୍ଟି ପାଖରେ ଥିବା ବଳକା ୧୦ଟି ଭୋଟ୍‌ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭୀମରାଓ ଆମ୍ବେଦନକରଙ୍କ ପାଖକୁ ଯିବ ବୋଲି ଅଶା କରାଯାଉଥିଲା। ମାତ୍ର ବହୁଜନ ସମାଜ ପାର୍ଟିରୁ କ୍ରସ ଭାଟିଂ ହୋଇଥିବା ଚର୍ଚ୍ଚା ହେବା ପରେ ଶ୍ରୀ ଆମ୍ବେଦକଙ୍କୁ ରାଜ୍ୟସଭା ଯିବାନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର