ବିଜେପିରେ ଖୁସି ନାହାନ୍ତି ଦାମ ରାଉତ: ସମ୍ବିତ ରାଉତରାୟ

ଭୁବନେଶ୍ୱର: ପାରାଦୀପ ବିଧାୟକ ସମ୍ବିତ  ଶୁକ୍ରବାର କହିଛନ୍ତି, ତାଙ୍କ ବାପା ଡ. ଦାମ୍ବୋଦର ରାଉତ ଭାରତୀୟ ଜନତା ପାର୍ଟିରେ ରହି ଖୁସି ଅନୁଭବ କରୁ ନାହାନ୍ତି। ରାଜନୈତିକ ଭବିଷ୍ୟତ ନେଇ ପୁଅ ସମ୍ବିତ ରାଉତରାୟ ପ୍ରତିକ୍ରିୟାରେ କହିଛନ୍ତି, ଦାମ ରାଉତ ଜଣେ ଡିସ୍‌ପୋଜେବୁଲ ଆଇଟମ୍‌ ନୁହଁନ୍ତି। ରାଜନୀତିରେ ସବୁ ସମ୍ଭବ। ମୁଁ ଅନୁଭବ କରୁଛି ସେ ବିଜେପିରେ ଖୁସି ନାହାନ୍ତି।

ପୁଅ ସମ୍ବିତଙ୍କ ମନ୍ତବ୍ୟ ନେଇ ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ ବିଜେପିରେ ଖୁସି ନାହିଁ ବୋଲି ପୁଅ ସମ୍ବିତ ଜାଣିଲା କେମିତି? ମୋତେ ବିଜେଡି କାଢ଼ି ଦେଇଥିଲା ବେଳେ ବିଜେପି ଆଦରି ନେଇଥିଲା। ମୋତେ ବାହାର କରିବା ବେଳେ କୌଣସି କାରଣ ଦର୍ଶାଇ ନ ଥିଲେ। ଏବେ ବିଜେଡିକୁ ଫେରିବା ବିଷୟରେ ମୁଁ ଭାବିବି କାହିଁକି?

ସୂଚନାଯୋଗ୍ୟ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ଦାମୋଦର ରାଉତ ଗତ ମାର୍ଚ୍ଚ ୧୪ରେ ବିଜେପିରେ ସାମିଲ ହୋଇଥିଲେ। ଏହା ପରେ ଦାମୋଦର ରାଉତ ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ ହୋଇଥିଲେ। ଦାମୋଦର ରାଉତଙ୍କୁ ବିଜୁ ଜନତା ଦଳ ଗତ ବର୍ଷ ସେପ୍ଟେମ୍ବର ୧୨ରେ ବହିଷ୍କାର କରିଥିଲା। ଏହା ପରେ ଦାମ ପ୍ରାୟ ୬ ମାସ ନୀରବ ରହିଥିଲେ।

ସମ୍ବନ୍ଧିତ ଖବର