ବିଜେଡିରେ ଯୋଗଦେଲେ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି

ଭୁବନେଶ୍ୱର: ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି ଶନିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେ ଆଜି ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ମହିଳା ଓ ଶିଶୁଙ୍କ ପାଇଁ ସରକାର ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସିକ୍ତା। ଏପରିକି ନବୀନଙ୍କ ବିକାଶମୂଳକ କାମକୁ ପ୍ରଂଶସା କରିବାକୁ ପଛାଇ ନାହାନ୍ତି ପ୍ୟାରୀଙ୍କ ଝିଅ।

ଓଡ଼ିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଦେହାନ୍ତର ଦୀର୍ଘ ୨ ବର୍ଷ ପରେ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ତାଙ୍କ ବଡ ଝିଅ ସିକ୍ତା ପତି। ପ୍ୟାରୀମୋହନ ମହାପାତ୍ର ବିଜେଡିରେ ଥିବା ବେଳେ ତାଙ୍କ ପରିବାରରୁ କୌଣସି ସଦସ୍ୟଙ୍କୁ ରାଜନୀତିରେ ଦେଖିବାକୁ ମିଳିନଥିଲା। ଏପରିକି ବିଜେଡିରୁ ବିଦା ହେବା ପରେ ନିଜେ ଦଳ ଗଢିଥିଲେ ମଧ୍ୟ ପରିବାରର କୌଣସି ସଦସ୍ୟଙ୍କୁ ଏଥିରେ ସାମିଲ କରିନଥିଲେ ପ୍ୟାରୀ। ସମାଜସେବା କରୁଥିବା ସିକ୍ତା ଦୀର୍ଘଦିନ ହେବ ଲୋକଙ୍କ ସମସ୍ୟା ସହ ଜଡିତ ରହିଛନ୍ତି। ଖାସକରି ବସ୍ତି ବାସିନ୍ଦା ଓ ରୋଗୀଙ୍କ ସାହାଯ୍ୟ କରିବା ଦିଗରେ କାମ କରୁଛନ୍ତି ସିକ୍ତା।

ସମ୍ବନ୍ଧିତ ଖବର