ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି କଡ଼କଡ଼ଡୁମାରୁ ପ୍ରଥମ ରାଲି ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଅବସରରେ ସୋମାବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଦିଲ୍ଲୀର କଡ଼କଡ଼ଡୁମାରୁ ପ୍ରଥମ ରାଲିରେ ଉଦ୍‌ବୋଧନ ଦେବେ। ଅପରାହ୍ନଣ ପ୍ରାୟ ୨ଟା ବେଳେ କଡ଼କଡ଼ଡୁମାର ସିବିଡି ମୈଦାନରେ ଏହି ରାଲି ଆୟୋଜନ କରାଯିବ।

ଏଥିଲାଗି ଦିଲ୍ଲୀ ପୁଲିସ କମିସନର୍‌ ଅମୂଲ୍ୟ ପଟ୍ଟନାୟକ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ ସହ ରବିବାର ଦିନ ସିବିଡି ମୈଦାନ ନିରୀକ୍ଷଣ କରିଛନ୍ତି।
ବିଜେପିର ଷ୍ଟାର୍‌ ପ୍ରଚାରକ ମୋଦୀ ମଙ୍ଗଳବାର ଦିନ ମଧ୍ୟ ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଅନ୍ୟ ଏକ ରାଲିରେ ଭାଷଣ ଦେବେ। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି: ଫେବ୍ରୁଆରି ୩ ତାରିଖ ଦିନ ପୂର୍ବଦିଲ୍ଲୀର କଡ଼କଡ଼ଡୁମା ଠାରେ ପ୍ରଧାନମନ୍ତ୍ରୀଙ୍କର ଗୋଟାଏ ରାଲି ଆୟୋଜନ କରାଯାଉଛି। ଫେବ୍ରୁଆରି ୪ ତାରିଖ ଅନ୍ୟ ଗୋଟାଏ ରାଲି ଦ୍ୱାରକାରେ ଆୟୋଜନ କରାଯିବ।

Image Source: Hindustan

କେନ୍ଦ୍ରୀୟ ବଜେଟ୍‌ ପରେ ଏ ଦୁଇଟି ରାଲିର ଯୋଜନା କରାଯାଇଥିବା କଥା ବିଶେଷସୂତ୍ରରୁ ପ୍ରକାଶ। ପ୍ରଧାନମନ୍ତ୍ରୀଙ୍କ ନିବେଦନ ଭୋଟର୍‌ଙ୍କୁ ପ୍ରଭାବିତ କରିବ ବୋଲି ଦଳ ଆଶାକରୁଛି।

ନିର୍ବାଚନ ଆଚରଣ ବିଧି ଅନୁସାରେ, ଗୁରୁବାର ସନ୍ଧ୍ୟା ୫ଟା ଯାଏଁ ରାଜନୈତିକ ଦଳମାନଙ୍କୁ ରାଲି ଆୟୋଜନ ଲାଗି ଅନୁମତି ଦିଆଯିବ। ଏହା ପରେ ପ୍ରଚାର ଅଭିଯାନ ନିଷେଧ କରାଯିବ।

ଫେବ୍ରୁଆରି ୮ ତାରିଖ ଦିନ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଛି। ଫେବ୍ରୁଆରି ୧୧ ତାରିଖ ଦିନ ଭୋଟ୍‌ ଗଣନା ଆରମ୍ଭ ହେବ।

ସମ୍ବନ୍ଧିତ ଖବର