ଶଗଡ ଗାଡି ଚଢ଼ିଲେ ସାଂସଦ ବିଜୟ ଗୋୟଲ, କହିଲେ- ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରନ୍ତୁ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ବିଜୟ ଗୋୟଲ ରବିବାର ଶଗଡ଼ ଗାଡ଼ିରେ ଚଢ଼ି ଦିଲ୍ଲୀ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ  ଉପରେ ଏକ୍ସାଇଜ ଡ୍ୟୁଟିରେ ହ୍ରାସ କରିବା ପରେ ମଧ୍ୟ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ ଦାବି କରିଛନ୍ତି। ବରିଷ୍ଠ ବିଜେପି ନେତା ଶଗଡ ଗାଡିରେ ଚଢ଼ି ଲାଲକିଲ୍ଲାରୁ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରଙ୍କୁ ଟେର୍ଗେଟ କରି କହିଛନ୍ତି, କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିବା ପରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ତ୍ରିପୁରା, ଝାଡଖଣ୍ଡ ଓ ଛତିଶଗଡ଼ ରାଜ୍ୟ ସରକାର ତେଲ ଦର କମ କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି, ଦିଲ୍ଲୀ ସରକାର ଲୋକଙ୍କ ମଙ୍ଗଳ ପାଇଁ କିଛି କରି ନାହାନ୍ତି। ଯଦି ସରକାର ଚାହିଁବେ ତା’ହେଲେ ଲୋକଙ୍କୁ ଆଶ୍ୱସ୍ତି ମିଳିପାରିବ।

ବିଜୟ ଗୋୟଲ କହିଛନ୍ତି, ପେଟ୍ରୋଲ ଦର ଯେତେବେଳେ ବଢୁଥିଲା, ସେହି ସମୟରେ ଦିଲ୍ଲୀ ସରକାର କେନ୍ଦ୍ର ବିରୋଧରେ ଭାଷଣବାଜି କରୁଥିଲେ। ଏବେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିଥିବା ବେଳେ, ଦିଲ୍ଲୀ ସରକାର ଅତି କମରେ ପେଟ୍ରୋଲ ଦର ୫ଟଙ୍କା କମ କରିବା ଦରକାର।

ସମ୍ବନ୍ଧିତ ଖବର