ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜ ଉପରେ ଶନିବାର ହୋଇଥିବା ଆକ୍ରମଣକୁ ନେଇ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଗତ ୫ ବର୍ଷ ମଧ୍ୟରେ ମୋ ଉପରେ ୯ଥର ଆକ୍ରମଣ ହୋଇଛି। ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କେଜ୍ରିଓ୍ଵାଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ବାରମ୍ବାର ଆକ୍ରମଣର ଶିକାର ହେଉଛି। ଏଯାଏଁ କୌଣସି ମୁଖ୍ୟମନ୍ତ୍ରୀଙ୍କ ଉପରେ ଏଭଳି ଆକ୍ରମଣ ହୋଇନାହିଁ। ବିଜେପି ମୋତେ ରାସ୍ତାରୁ ହଟାଇବାକୁ ଚାହୁଁଛି।
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ଦିଲ୍ଲୀ ଏଭଳି ରାଜ୍ୟ, ଯାହାର ସୁରକ୍ଷା ଦାୟିତ୍ୱ ବିଜେପି ଶାସିତ କେନ୍ଦ୍ର ସରକାର ପାଖରେ ନ୍ୟସ୍ତ ଥାଏ। ଯଦି ମୋ ସହିତ କିଛି ହୋଇଥାଏ, ଏଥି ପାଇଁ ବିଜେପି ଦାୟୀ ହେବ। ସୁରକ୍ଷାରେ ବିଫଳ ଗୋଟିଏ ଥର ହେବ, ବାରମ୍ବାର ନୁହେଁ। ଏହା ସବୁ ସୁଚିନ୍ତିତ ଶୈଳୀରେ ହୋଇଥାଏ। ଆମ ଆଦମୀ ପାର୍ଟିର ରାଜନୀତିକୁ ବିଜେପି ହଜମ କରିପାରୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/arvind_kejriwal.jpg)