୨୭ରେ ବିଜେଡିର ରାଜଭବନ ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ମନା କରିବା ପରେ ଆଗାମୀ ନଭେମ୍ବର ୨୭ରେ ବିଜେଡି କୃଷକ ସାମ୍ମୁଖ୍ୟରେ ରାଜଭବନ ଆଗରେ ଗଣଧାରଣା ଦିଆଯିବ। ଗଣଧାରଣା ସମ୍ପର୍କରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବାକୁ ଥିବା ଏହି ଧାରଣାରେ ବିଜେଡ଼ି ନେତା ଓ ଚାଷୀମାନେ ସାମିଲ ହେବେ। ସେ କହିଛନ୍ତି, ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦିଆଯିବ।

ଓଡ଼ିଶାର ଚାଷୀ କୂଳକୁ କେନ୍ଦ୍ର କଟାକ୍ଷ କରିବା ପ୍ରସଙ୍ଗରେ ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ପ୍ରତିକ୍ରିୟା ଦେଇଛନ୍ତି। ବିଜେଡ଼ି ଚାଷୀଙ୍କୁ କ୍ଷମା ମାଗିବା ପାଇଁ କେନ୍ଦ୍ରକୁ କହିଛି। ନଭେମ୍ବର ୨୭ ସୁଦ୍ଧା ଦାବି ପୂରଣ ନହେଲେ ୩୦ଟି ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ବିଜେଡ଼ି ଚେତାବନୀ ଦେଇଛି। ଦାସବର୍ମା କହିଛନ୍ତି, କେନ୍ଦ୍ର ନଭେମ୍ବର ୨୭ ସୁଦ୍ଧା ଆଭିମୁଖ୍ୟ ପରିବର୍ତ୍ତନ କରୁ।

ସମ୍ବନ୍ଧିତ ଖବର