୧୦ ଟି ସିଟ୍‌ ଜିତିବାର କ୍ଷମତା ନାହିଁ, ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି : ଦେବେନ୍ଦ୍ର ଫଡନଭିସ୍‌

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌ ଏକ କାର୍ଯ୍ୟକ୍ରମରେ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ଵାରଙ୍କ ଉପରେ ବର୍ଷିଛନ୍ତି। ସେ ଶରଦ ପାଓ୍ଵାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ତାଙ୍କର ୧୦ ଟି ଲୋକସଭା ସିଟ୍‌ ଜିତିବାର କ୍ଷମତା ନାହିଁ, ହେଲେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। ମୁମ୍ବାଇର ଛଅ ଲୋକସଭା ସିଟ୍‌ର ଶକ୍ତି କେନ୍ଦ୍ର ପ୍ରମୁଖମାନଙ୍କର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏକଥା କହିଛନ୍ତି ଦେବେନ୍ଦ୍ର ଫଡନଭିସ୍‌। ଏହି କାର୍ଯ୍ୟକ୍ରମରେ ୨୨୧୭ଜଣ ଭାଜପା ପଦାଧିକାରୀ ଯୋଗ ଦେଇଥିଲେ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷ କରିଥିଲେ। ସେ କହିଲେ ଯେ ରାହୁଲ ଗାନ୍ଧୀ ନିରାଶଗ୍ରସ୍ତ ହୋଇ ମିଥ୍ୟା କହୁଛନ୍ତି। ରାହୁଲ ଗାନ୍ଧୀଙ୍କୁ କେହି ପଚାରୁ ନ ଥିବାରୁ ସେ ଏଭଳି କରୁଛନ୍ତି। ଏହି ସମ୍ମିଳନୀରେ ମୁମ୍ବାଇ ଭାଜପା ଅଧ୍ୟକ୍ଷ ଆଶିଷ ସେଲାର୍‌ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସବୁ ଆସନରେ ବିଜୟୀ ହେବ। ସେ କହିଛନ୍ତି ଯେ,୨୦୧୯ରେ ଭାଜପାର ସୁନାମୀ ଆସୁଛି।

ସମ୍ବନ୍ଧିତ ଖବର