ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ମଧ୍ୟପ୍ରଦେଶରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏଥି ପାଇଁ ସେ ଭୋପାଳରେ ପହଞ୍ଚିଛନ୍ତି। ଆଜି ମଧ୍ୟପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଓ ଅନ୍ୟ ମନ୍ତ୍ରୀ, ଦଳୀୟ ବିଧାୟକଙ୍କ ଗହଣରେ ଶ୍ରୀ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିବେ। ଶ୍ରୀ ପ୍ରଧାନଙ୍କ ସହ ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ଟି ସି ଗେହଲଟ୍‌ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବେ। ସୂଚନାଯୋଗ୍ୟ ଯେ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍‌ ୨ ତାରିଖରେ ଶେଷ ହେଉଛି। ସେ ପ୍ରଥମ ଓଡ଼ିଆ ଭାବେ ରାଜ୍ୟ ବାହାରୁ ଲଗାତର ଦୁଇ ଥର ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ୨୦୧୨ରେ ସେ ବିହାରରୁ ପ୍ରତିନିଧିତ୍ୱ କରିଥିଲେ। ଏବେ ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର